www.samajalive.in
Thursday, December 11, 2025
26.1 C
Bhubaneswar

ବ୍ୟବହାର ପୂର୍ବରୁ ଭାଙ୍ଗି ପଡ଼ିରହିଛି ସର୍ବସାଧାରଣ ଶୌଚାଳୟ 

ଗଞ୍ଜାମ: ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଜୟଶ୍ରୀ ଛକ ନିକଟରେ ନିର୍ମାଣ ହୋଇଥିବା ସର୍ବସାଧାରଣ ଶୌଚାଳୟ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ନିର୍ମାଣ ସରିବା ପରଠୁ ଗୋଟିଏ ଦିନ ତାହା ଠିକ ଭାବେ ବ୍ୟବହାର ଉପଯୋଗୀ ହୋଇନାହିଁ। ଦୀର୍ଘ ଦିନ ହେଲା ତାହାର କବାଟ ଭାଙ୍ଗି ରୁଜି ପଡ଼ିରହିଛି। ସରକାରୀ ଅର୍ଥରେ ନିର୍ମାଣ ହୋଇ ଏହା ଏବେ କୁକୁର, ବିଲେଇଙ୍କ ଆଶ୍ରୟ ସ୍ଥଳୀ ପାଲଟିଛି। ବିଜ୍ଞାପିତ ଅଞ୍ଚଳ ପରିଷଦ କର୍ତ୍ତୃପକ୍ଷ ଏଠାରେ ଏତେ ଟଙ୍କା ବ୍ୟୟରେ ନିର୍ମାଣ କରିଥିବା ସର୍ବସାଧାରଣ ଶୌଚାଳୟ କାହା ସ୍ୱାର୍ଥରେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି।

ସୂଚନାଯୋଗ୍ୟ ଯେ, ଜୟଶ୍ରୀ ଛକ ନିକଟରେ ସ୍ୱଚ୍ଛ ଭାରତ ମିଶନ ପକ୍ଷରୁ ୩ଲକ୍ଷ ୫୦ହଜାର ଟଙ୍କା ବ୍ୟୟ ଅଟକଳରେ ସର୍ବସାଧାରଣ ଶୌଚାଳୟ ନିର୍ମାଣ ହୋଇଥିଲା। ପ୍ରକଳ୍ପ ୨୭.୧୨. ୨୧ରେ ଆରମ୍ଭ ହୋଇ ୧୮. ୧୦.୨୩ରେ ଶେଷ ହୋଇଥିଲା। ଏହି ଶୌଚାଳୟଟି ବ୍ୟବହାର ପୂର୍ବରୁ କିନ୍ତୁ କବାଟ ଭାଙ୍ଗି ଦୀର୍ଘ ଦିନ ହେଲା ପଡ଼ିରହିଛି, ଯାହାକି ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଯାଇଛି।

Hot this week

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

Related Articles

Popular Categories