www.samajalive.in
Saturday, December 13, 2025
23.1 C
Bhubaneswar

ବ୍ଲାକମେଲ ପରେ ମହିଳା ଡାକ୍ତରଙ୍କ ଆତ୍ମହତ୍ୟା, ଦିଲ୍ଲୀରୁ ନାଇଜେରିଆ ଯୁବକ ଗିରଫ

ସମାଜ ଡିଜିଟାଲ ଡେସ୍କ: କଟକର ଜଣେ ମହିଳା ଡାକ୍ତରଙ୍କୁ ବ୍ଲାକମେଲ କରି ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ନାଇଜେରିଆର ଜଣେ ନାଗରିକକୁ ଗିରଫ କରିଛି କମିଶନରେଟ ପୁଲିସ। ଦିଲ୍ଲୀର ଉତ୍ତମନଗରରୁ ଅଭିଯୁକ୍ତ ଯୁବକକୁ ଗିରଫ କରାଯାଇଛି।

ସୂଚନା ଅନୁସାରେ, କଟକ ଅଞ୍ଚଳର ପୀଡ଼ିତା ମହିଳା ଡାକ୍ତର ଜଣଙ୍କ ସହିତ ଅଭିଯୁକ୍ତ ନାଇଜେରିଆ ଯୁବକର ସମ୍ପର୍କ ଥିଲା। ଡାକ୍ତରଙ୍କ ଅଶ୍ଳୀଳ ଫଟୋ ଏବଂ ଭିଡିଓ ଭାଇରାଲ କରିବାର ଧମକ ଦେଇ ସେ ତାଙ୍କଠାରୁ ଲକ୍ଷାଧିକ ଟଙ୍କା ହଡ଼ପ କରିଥିଲା। ପରବର୍ତ୍ତୀ ସମୟରେ ଡାକ୍ତର ଜଣକ ଆଉ ଟଙ୍କା ନ ଦେବାରୁ ଅଭିଯୁକ୍ତ ତାଙ୍କ ଅଶ୍ଳୀଳ ଫଟୋ ଏବଂ ଭିଡିଓ ସବୁ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଦେଇଥିଲା। ଯାହାଫଳରେ ମହିଳା ଡାକ୍ତର ଜଣକ ଲୋକ ଲଜ୍ଜା ଯୋଗୁ ଆତ୍ମହତ୍ୟା କରିଥିଲେ। ଏ ସମ୍ପର୍କରେ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା। ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଦିଲ୍ଲୀରୁ ଗିରଫ କରିଛି। ତା’ ନିକଟରୁ ଲାପଟପ, ୫ଟି ମୋବାଇଲ ଫୋନ, ବିଦେଶୀ ସିମ୍ ଆଦି ଜବତ କରାଯାଇଛି। ଅଭିଯୁକ୍ତ ଜଣକ ଏକାଧିକ ମହିଳାଙ୍କ ସହିତ ସମ୍ପର୍କ ରଖି ବ୍ଲାକମେଲ କରି ଟଙ୍କା ହଡ଼ପ କରୁଥିବା ପୁଲିସ ସନ୍ଦେହ କରି ଅଧିକ ଖୋଳତାଡ଼ କରୁଛି। ଅଭିଯୁକ୍ତକୁ ରିମାଣ୍ଡରେ ଅଣାଯାଇ ପଚରାଉଚରା କରାଯିବ ବୋଲି କଟକ ଡିସିପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅଭିଯୁକ୍ତ ଏକାଧିକ ବ୍ୟକ୍ତିର ପରିଚୟ ଦେଇ ଲୋକଙ୍କୁ ଠକିଥିବା ଜଣାପଡ଼ିଛି। ଏପରି କି ନ୍ୟୁଜିଲାଣ୍ଡରୁ ମଧ୍ୟ ତା’ ଆକାଉଣ୍ଟକୁ ଟଙ୍କା ଆସିଥିବା ତଦନ୍ତରୁ ଜଣାଯାଇଛି।

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories