ଜେସିବି ଚାଳକଙ୍କୁ ମରଣାନ୍ତକ ଆକ୍ରମଣ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତ ଘାଟବାଲିଯୋଡି ସ୍ଥିତ ଭୀମକୁଣ୍ଡରେ ନିର୍ମାଣ କାମରେ ନିୟୋଜିତ ଜଣେ ଜେସିବି ଚଳକକୁ ମାରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣରେ ଦିଲ୍ଲୀପ କୁମାର ଆପଟ(୩୫)ଗୁରୁତର ହୋଇଛନ୍ତି। ସ୍ଥାନୀୟ ୫ ରୁ ୬ ଜଣ ଲୋକ ଏହି ଆକ୍ରମଣ କରିଛନ୍ତି। ପଥର ଲୁହାରଡ଼ରେ ତାଙ୍କୁ ତାଙ୍କୁ ଆକ୍ରମଣ କରାଯିବା ପରେ ଦିଲ୍ଲୀପଙ୍କୁ ପ୍ରଥମେ ପାଟଣା ଓ ସେଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଦିଲ୍ଲୀପଙ୍କ ରନ୍ଧା ବଢା ହାଣ୍ଡି ଡେକଚିକୁ ରୋଷେଇ ପାଇଁ ନେଇ ନିର୍ଦ୍ଧାରିତ ସମୟରେ ଫେରାଇ ନଥିବା ଭଳି ସାମାନ୍ୟ ଘଟଣାକୁ ନେଇ ଦିଲ୍ଲୀପ ଉତକ୍ଷିପ୍ତ ହେବା ପରେ ଏହି ଗଣ୍ଡଗୋଳ ଘଟିଛି। ଗୁରୁତର ଦିଲ୍ଲୀପ ଏବେ ଚିକିତ୍ସାଧୀନ ଅଛନ୍ତି।

Comments are closed.