ଶ୍ୱେତଗଙ୍ଗାରୁ ଯୁବକଙ୍କ ମୃତଦେହ ଉଦ୍ଧାର

ପୁରୀ: ପୁରୀର ଶ୍ୱେତଗଙ୍ଗା ପୁଷ୍କରିଣୀରୁ ରବିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକଙ୍କ ପରିଚୟ ମିଳିଛି। ସେ ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ବେଣାପୁରର ଗୋବିନ୍ଦ ବିନ୍ଧାଣି(୨୦) ବୋଲି ଜଣାପଡ଼ିଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି। ଏହାପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି ପୁଲିସ। ତେବେ ଆଜି ସକାଳୁ ସାଙ୍ଗମାନଙ୍କ ସହ ଗାଧୋଇବା ସମୟରେ ଯୁବକଜଣକ ବୁଡ଼ି ଯାଇଥିବା କୁହାଯାଉଛି।
Comments are closed.