ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି, କରିବେ ନୀଳମାଧବ ଦର୍ଶନ

ଭୁବନେଶ୍ବର : ଆସନ୍ତାକାଲି ଅର୍ଥାତ୍ ମାର୍ଚ୍ଚ ୨୪ ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଛତିଶଗଡରୁ ଆସି ଦିନ ୧.୩୦ ରେ ଭୁବନେଶ୍ୱର ଆନ୍ତର୍ଜାତିକ ବିମାନବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି । ନୟାଗଡ଼ ଜିଲ୍ଲା କଣ୍ଟିଲୋ ନୀଳମାଧବ ଗସ୍ତ ସାରି ରାଜଭବନରେ ରାତ୍ରି ଯାପନ କରିବେ । ୨୫ ତାରିଖ ସକାଳୁ ରାଷ୍ଟ୍ରପତି ଭୁବନେଶ୍ବର ଛାଡିବା କାର୍ଯ୍ୟକ୍ରମ ରହିଛି। କମିଶନରେଟ ପୋଲିସ ପକ୍ଷରୁ ଏଥିପ୍ରତି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୁରକ୍ଷା ଦାୟିତ୍ବରେ ୩ ଜଣ ଡିସିପି ରାଙ୍କ ଅଫିସର, ୨୮ ଇନ୍ସପେକ୍ଟର, ୧୨ ପ୍ଲାଟୁନ ଫୋର୍ସ ମୁତୟନ ରହିବେ । ଗସ୍ତକୁ ସମ୍ପୂର୍ଣ୍ଣ ସୁରକ୍ଷିତ ଆଉ ଶୃଙ୍ଖଳିତ କରିବାକୁ ସମସ୍ତ ପଦକ୍ଷେପ ନିଆଯାଇଥିବା ଡିସିପି ସୂଚନା ଦେଇଛନ୍ତି  ।

Comments are closed.