www.samajalive.in
Sunday, December 7, 2025
14.1 C
Bhubaneswar

ବିଶିଷ୍ଟ ବ୍ୟଙ୍ଗ କବି ତ‌ଥା ମଞ୍ଚ ଅଭିନେତା ମନୋରଞ୍ଜନ ସାହୁଙ୍କୁ ହୀରାଖଣ୍ଡ ନାଟ୍ୟ ସମ୍ମାନ

ବୁର୍ଲା : ସମ୍ବଲପୁରର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ଅଦୃଶ୍ୟ ନାଟ୍ୟ ଆଶ୍ରମ ଏବଂ ସମ୍ବଳପୁର ବିଶ୍ଵବିଦ୍ୟାଳୟ ପ୍ରଦର୍ଶନ କଳା ବିଭାଗ ପକ୍ଷରୁ ଆୟୋଜିତ ପଞ୍ଚମ ହୀରାଖଣ୍ଡ ନାଟ୍ୟ ମହୋତ୍ସବ ବିଜୁ ପଟ୍ଟନାୟକ ପେକ୍ଷାଳୟ ଠାରେ ଉଦ୍‌ଯାପିତ ହୋଇଯାଇଛି। ଏହି ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଅତିଥି ଭାବରେ ସମ୍ବଲପୁର ବିଶ୍ଵବିଦ୍ୟାଳୟର କୁଳସଚିବ ଡ.ନୃପରାଜ ସାହୁ, ସ୍ନାତକୋତ୍ତର ସମୂହ ଅଧ୍ୟକ୍ଷ ପ୍ରଫେସର ଦୂଷାରକାରୀ ଦାଶ, ବିଶିଷ୍ଟ ଲୋକ ସଂସ୍କୃତି ଗବେଷଜ ମୋହନ ସାହୁ, ଡ ଦ୍ବାରିକାନାଥ ନାୟକ, ଉପନିର୍ଦ୍ଦେଶକ ସୂଚନା ଏବଂ ଲୋକସଂପର୍କ ବିଭାଗର କଲ୍ୟାଣୀ ଦାଶ, ପ୍ରଦର୍ଶନ କଳା ବିଭାଗର ସଂଯୋଜକ ଡ.ଗୋପୀନାଥ ବାଗ ପ୍ରମୁଖ ଅତିଥ‌ି ଭାବରେ ଯୋଗ ଦେଇଥିଲେ।
ଏ ବର୍ଷ ହୀରାଖଣ୍ଡ ନାଟ୍ୟ ସମ୍ମାନରେ ବରଗଡର ବିଶିଷ୍ଟ ବ୍ୟଙ୍ଗ କବି ତଥା ମଞ୍ଚ ଅଭିନେତା ମନୋରଞ୍ଜନ ସାହୁଙ୍କୁ ସମ୍ମାନିତ କରାଯାଇଥିଲା। ନାଟକର ପ୍ରଗତି ପାଇଁ ଗୁରୁତ୍ଵପୂର୍ଣ୍ଣ ତଥା ଦର୍ଶକଙ୍କୁ ମଞ୍ଚ ଦିଗକୁ ଆକୃଷ୍ଟ ପାଇଁ ଏକ ବଳିଷ୍ଠ ପଦକ୍ଷେପ ବୋଲି ମତବ୍ୟକ୍ତ କରିଥିଲେ। ଏହି ସଭାକାର୍ଯ୍ୟକୁ ପରିଚାଳନା କରିଥିଲେ ନିର୍ଦ୍ଦେଶକ ଅତୀଶ କୁମାର ଶତପଥୀ। ଏହାପରେ ପରିବେଷିତ ହୋଇଥିଲା ଦୁଇଟି ଭିନ୍ନ ସ୍ୱାଦର ନାଟକ।
ଜାମସେଦପୁରର ସାଇ କଲଚରାଲ ଏଣ୍ଡ ଚାମାଟିକ ସୋସାଇଟି ପକ୍ଷରୁ ପ୍ରଥମ ନାଟକ “ସୂର୍ଯ୍ୟ କି ଅନ୍ତିମ କିରଣ ସେ ସୂର୍ଯ୍ୟ କି ପହଲି କିରଣ ତକ” ପରିବେ​‌ଷିତ ହୋଇଥିଲା। ନାଟକକୁ ରଚନା କରିଥିଲେ ସୁରେନ୍ଦ୍ର ବର୍ମା ଏବଂ ନିର୍ଦ୍ଦେଶନା ଦେଇଥିଲେ ପ୍ରୀତି ସାଗର। ଦ୍ବିତୀୟ ନାଟକ ‘ପ୍ରୀତିଲଗ୍ନା’କୁ ପ୍ରଦର୍ଶନ କରିଥିଲେ ପ୍ରଦର୍ଶନ କଳା ବିଭାଗର ଛାତ୍ରଛାତ୍ରୀମାନେ। ନାଟକକୁ ରଚନା କରିଥିଲେ ଡ.ନୃପରାଜ ସାହୁ ଏବଂ ନିର୍ଦ୍ଦେଶନା ଦେଇଥିଲେ ନୀଳାମ୍ବର ମାଣିକପୁରୀ।
ପ୍ରତି ସନ୍ଧ୍ୟାରେ ଟକ୍ ୱିଥ୍ ଡାଇରେକ୍ଟର କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ତଥା ନାଟ୍ୟପ୍ରେମୀମାନେ ଅଂଶଗ୍ରହଣ କରି ନାଟକର ସାମଗ୍ରିକ ବିକାଶ ଦିଗରେ ବିଭିନ୍ନ ପ୍ରକାରର ବିଷୟମାନଙ୍କୁ ନେଇ ଆଲୋଚନାମାନ କରିଥିଲେ। ଏହି ମହୋତ୍ସବକୁ ଆୟୋଜନ କରିବାରେ ପ୍ରଦର୍ଶନ କଳା ବିଭାଗର ପ୍ରାଧାପକ ଅରବିନ୍ଦ ପଣ୍ଡା, ପ୍ରଦର୍ଶନ କଳା ବିଭାଗର ଛାତ୍ରଛାତ୍ରୀ ତଥା ଅଦୃଶ୍ୟ ନାଟ୍ୟ ଆଶ୍ରମର କର୍ମକର୍ତ୍ତା ନରେନ୍ଦ୍ର ବେହେରା, ପଙ୍କଜିନୀ ମେହେର, ପ୍ଲାବନ ମିଶ୍ର, ସୁଵଳଚନ୍ଦ୍ର ବାଗ, ଦଧିବାମନ ପଣ୍ଡା, ସୁମିତ୍ରା ମହାକୁଡ଼, ସଂକେତ ପୁରୋହିତ, ଆକାଂକ୍ଷା ଡ଼ନସେନା, ରାହୁଲ ଗୁପ୍ତା, ଆଦିତ୍ୟ ସାହା, ହେମସାଗର ମହାନନ୍ଦ, ୟଶବନ୍ତ ଭୋଇ, ଆରାଧ୍ୟା ଶତପ‌ଥୀ, ଅନୀଳ ଶଙ୍ଖାରୀ ପ୍ରମୁଖ ସହଯୋଗ କରିଥିଲେ।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories