www.samajalive.in
Wednesday, December 10, 2025
26.1 C
Bhubaneswar

ଚରଦିଆରେ ମହିଳାଙ୍କୁ ବଳାତ୍କାର ଉଦ୍ୟମ, ବାଂଶଡ଼ା ଥାନାରେ ଅଭିଯୋଗ

ଧାମରା : ଘରେ କେହି ନଥିବାର ସୁଯୋଗ ନେଇ କୁକୁଡ଼ା କିଣିବା ବାହାନାରେ ମହିଳାଙ୍କ ଘରକୁ ଯାଇ ତାଙ୍କୁ ଟଣା ଘୋଷରା କରିବା ସହିତ ବଳାତ୍କାର ଉଦ୍ୟମ କରିଥିବା ବାଂଶଡା ଥାନାରେ ଅଭିଯୋଗ ହୋଇଛି। ଚଡ଼ଦିଆ ଗ୍ରାମର ରାଜୁ ମହାଳିକଙ୍କ ସ୍ତ୍ରୀ ମନି ମହାଳିକ ଘରେ ଏକା ଥିବା ବେଳେ ସେହି ଗ୍ରାମର ହୃଷିକେଶ ମାଝି(ଗୁନିଆ ) କୁକୁଡ଼ା କିଣିବା ବାହାନାରେ ତାଙ୍କ ଘରକୁ ଯାଇଥିଲା। ଉକ୍ତ ମହିଳାଙ୍କ ସ୍ବାମୀ ବାହାରେ ରହୁଥିବା ବେଳେ ଘରେ ଏକା ରହୁଥିଲେ ମନି । ଏହାର ସୁଯୋଗ ନେଇ କୁକୁଡ଼ା କିଣିବା ବାହାନାରେ ମନ୍ଦ ଉଦ୍ଦେଶ୍ୟ ରଖି ଘର ଭିତରକୁ ଯାଇ ହୃଷିକେଶ ମହିଳାଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ। ମହିଳା ଜଣଙ୍କ ପାଟି କରିବାରୁ ହୃଷିକେଶ ସେଠାରୁ ଦୌଡ଼ି ପଳାଇଥିଲେ।

ଏହାପରେ ମହିଳା ଜଣଙ୍କ ବାଂଶଡା ଥାନାରେ ହୃଷିକେଶ ତାଙ୍କୁ ବଳାତ୍କାର ଉଦ୍ୟମ କରିଥିବା ନେଇ ଏକ ଲିଖିତ ଅଭିଯୋଗ କରିଛନ୍ତି। ଏହାସହିତ  ହୃଷିକେଶଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି। ଅନ୍ୟପଟେ ଉକ୍ତ ଘଟଣା ସମ୍ପର୍କରେ କାହାକୁ କିଛି ନଜଣାଇବା ପାଇଁ ଉକ୍ତ ମହିଳା ଏବଂ ତାଙ୍କ ସ୍ୱାମୀକୁ ଧମକ ଦିଆ ଯାଉଥିବା ବେଳେ ଥାନାରେ ଅଭିଯୋଗ କଲେ ଜୀବନରୁ ମାରିଦେବା ପାଇଁ ଧମକ ଦିଆଯାଉଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories