www.samajalive.in
Wednesday, December 10, 2025
26.1 C
Bhubaneswar

ସାଙ୍ଗ ସହ ମିଶି ପ୍ରେମିକାକୁ ଦୁଷ୍କର୍ମ ପରେ ହତ୍ୟା କଲା ପ୍ରେମିକ !

ବୁର୍ଲା: ସାଙ୍ଗ ସହ ମିଶି ପ୍ରେମିକାଙ୍କୁ ଦୁଷ୍କର୍ମ କଲା ପ୍ରେମିକ। ତା’ ପରେ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଲା। ଏଭଳି ଏକ ଜଘନ୍ୟ ଘଟଣା ସାମ୍ନାକୁ ଆସିଛି ସମ୍ବଲପୁର ଜିଲାରୁ। ବୁର୍ଲା ନିକଟ ହୀରାକୁଦ ଜଳଭଣ୍ଡାର କୂଳରେ ଥିବା ଫିସରି ପଏଣ୍ଟ ଜଙ୍ଗଲ ମଧ୍ୟରୁ ରବିବାର ଉକ୍ତ ନାବାଳିକା ପ୍ରେମିକାଙ୍କ  କ୍ଷତବିକ୍ଷତ ଗଳିତ ମୃତଦେହ ଜବତ କରିଛି ପୁଲିସ। ମୃତ ନାବାଳିକା ଜଣକ ବରଗଡ ଜିଲ୍ଲା ଗଉନ୍ ଥାନା ଅଞ୍ଚଳର ବୋଲି ସୂଚନା ମିଳିଛି। ତାଙ୍କ ବୟସ ପ୍ରାୟ ୧୭ବର୍ଷ ହେବ ବୋଲି ପୁଲିସ ସୂତ୍ରରୁ ଜଣାପଡିଛି।

ଖବର ପାଇ ଘଟଣା ସ୍ଥଳରେ ବରଗଡ ଏସ୍‌ଡିପିଓ ପଦାରବିନ୍ଦ ତ୍ରିପାଠୀ, ବରଗଡ ଟାଉନ ଥାନା ଅଧିକାରୀ ସତ୍ୟଳିତ କାଣ୍ଡେଲକର, ବୁର୍ଲା ଥାନା ଅଧିକାରୀ ସୌମ୍ୟକାନ୍ତ ବଲିଆର ସିଂ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ଜଣାପଡିଛି। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ରକ୍ତ ନମୁନା ସମେତ ଅନ୍ୟାନ୍ୟ ସାମଗ୍ରୀ ସଂଗ୍ରହ କରିଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

- Advertisement -

ମିଳିଥିବା ସୂଚନା ଅନୁସାରେ, ନାବାଳିକା ଜଣକ ଗତ ୨୦ ତାରିଖରୁ ନିଜ ଘରୁ ଫେରାର ହୋଇଯାଇଥିଲେ। ଏହାପରେ ସେହିଦିନ ପରିବାର ଲୋକେ ଏ ନେଇ ବରଗଡ ଟାଉନ୍ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା। ପରେ ନାବାଳିକା ଜଣକ ତାଙ୍କ ପ୍ରେମିକଙ୍କ ସହିତ ଫେରାର ଥିବା କୌଣସି ମତେ ସୂଚନା ପାଇଥିଲା। ଏହା ପରେ ପ୍ରେମିକକୁ ପୁଲିସ କାବୁ କରିବାରେ ସଫଳ ହୋଇଥିଲା। ଏହାପରେ ନାବାଳିକାକୁ କେଉଁଠି ରଖିଛ ବୋଲି ପଚରାଉଚରା କରିବା ପରେ ତାଙ୍କୁ ହତ୍ୟା କରି ଫିଙ୍ଗିଦିଆଯାଇଥିବା ପୁଲିସ ଆଗରେ ମାନିଥିଲା। ରବିବାର ବରଗଡରୁ ପୁଲିସ ଟିମ୍ ନାବାଳିକାର ପ୍ରେମିକକୁ ଧରି ନାବାଳିକାକୁ ଫିଙ୍ଗିଥିବା ସ୍ଥାନକୁ ଅଣିଥିଲା। ନାବାଳିକାଙ୍କ ପ୍ରେମିକ ଏବଂ ତାଙ୍କ ସାଙ୍ଗ ମିଶି ତାଙ୍କୁ ହୀରାକୁଦ ଜଳଭଣ୍ଡାର ନିକଟ ଜଙ୍ଗଳକୁ ନେଇ ସେଠାରେ ଦୁଷ୍କର୍ମ କରିବା ପରେ ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ମୁଣ୍ଡ ସମେତ ଶରୀରର ବିଭିନ୍ନ ସ୍ଥାନରେ ଆକ୍ରମଣ କରି ହତ୍ୟା କରିଥିବା ପୁଲିସ ଅନୁମାନ କରୁଛି । ତେବେ ଖୁବ୍‌ଶୀଘ୍ର ଘଟଣାର ଅନ୍ୟତମ ଅଭିଯୁକ୍ତକୁ ମଧ୍ୟ ଗିରିଫ କରାଯିବ ବୋଲି ବରଗଡ ପୁଲିସ ପକ୍ଷରୁ ସୂଚନା ମିଳିଛି।

Hot this week

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

Related Articles

Popular Categories