ଭୁବନେଶ୍ୱର: ସାରା ରାଜ୍ୟରେ ଉପଲବ୍ଧ ନିର୍ଭରଯୋଗ୍ୟ ହାଇ- ସ୍ପିଡ୍ ବ୍ରଡବ୍ୟାଣ୍ଡ ସେବା, ଜିଓ ଫାଇବର ଏବଂ ଜିଓ ଏୟାରଫାଇବରର ଅସୀମ ଲୋକପ୍ରିୟତା ବଳରେ ରିଲାଏନ୍ସ ଜିଓ ଓଡ଼ିଶାରେ ହୋମ ବ୍ରଡ଼ବ୍ୟାଣ୍ଡ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ଓଡ଼ିଶାରେ ୪ ଲକ୍ଷରୁ ଅଧିକ ଜିଓ ଫାଇବର ଏବଂ ଜିଓ ଏୟାରଫାଇବର ଗ୍ରାହକ ହାସଲ କରି ଜିଓ ୱାୟାରଲାଇନ୍ ବା ଘରୋଇ ବ୍ରଡବ୍ୟାଣ୍ଡ କ୍ଷେତ୍ରରେ ରାଜ୍ୟରେ ନିଜର ଏକ ନମ୍ବର ସ୍ଥାନକୁ ଆହୁରି ସୁଦୃଢ଼ କରିଛି । ଟ୍ରାଇ ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ଉପଭୋକ୍ତା ତଥ୍ୟ ଅନୁଯାୟୀ, ୨୦୨୪ ଡିସେମ୍ବର ମାସରେ ରିଲାଏନ୍ସ ଜିଓ ଓଡ଼ିଶାରେ ୧୬୬୦୦ ରୁ ଅଧିକ ନୂତନ ଜିଓ ଫାଇବର ଓ ଏୟାରଫାଇବର ଗ୍ରାହକ ଯୋଡିଛି। ଏହା ସହିତ, ଜିଓ ଓଡ଼ିଶାରେ ୱାୟାରଲାଇନ୍ କ୍ଷେତ୍ରରେ ସର୍ବାଧିକ ୬୫ ପ୍ରତିଶତ ଗ୍ରାହକ ବଜାର ଅଂଶ ହାସଲକରିଛି। ଜିଓ ରାଜ୍ୟରେ ଏକମାତ୍ର ସେବା ପ୍ରଦାନକାରୀ ହୋଇଛି ଯାହାର ୱାୟାରଲାଇନ୍ ଗ୍ରାହକ ସଂଖ୍ୟା ୪ ଲକ୍ଷ ଅତିକ୍ରମ କରିଛି, ଯାହା ଏହାର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତୁଳନାରେ ତିନି ଗୁଣରୁ ଅଧିକ। ଟ୍ରାଇ ତଥ୍ୟ ଅନୁସାରେ ଡିସେମ୍ବର ୩୧, ୨୦୨୪ ସୁଦ୍ଧା, ଜିଓର ରାଜ୍ୟରେ ୪୦୦୯୨୫ ଜିଓଫାଇବର ଏବଂ ଜିଓ ଏୟାରଫାଇବର ଗ୍ରାହକ ରହିଛନ୍ତି। ଏହି ଗ୍ରାହକମାନେ ସର୍ବଶ୍ରେଷ୍ଠ ବିଶ୍ୱସ୍ତରୀୟ ହୋମ ଏଣ୍ଟରଟେନମେଣ୍ଟ (ଗୃହ ମନୋରଞ୍ଜନ), ଅସୀମିତ ୱାଇଫାଇ ଏବଂ ନିରବଛିନ୍ନ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ସେବା ଉପଭୋଗ କରୁଛନ୍ତି।
ସୂଚନାଯୋଗ୍ୟ ଯେ ରାଜ୍ୟର ସବୁଠାରୁ ବଡ଼ ୪ଜି ଏବଂ ୫ଜି ନେଟୱାର୍କ ଜରିଆରେ ଜିଓ ଓଡ଼ିଶାର ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବରେ ୪୫ଧ ରୁ ଅଧିକ ମୋବାଇଲ୍ ଗ୍ରାହକ ବଜାର ଅଂଶ ଏବଂ ୬୫ଧ ୱାୟାରଲାଇନ୍ ବା ଘରୋଇ ବ୍ରଡବ୍ୟାଣ୍ଡ ବଜାର ଅଂଶ ହାସଲ କରିଛି। ଡିଜିଟାଲ୍ ଅନ୍ତର୍ଭୁକ୍ତିକରଣର ପରିସୀମା ବୃଦ୍ଧି କରିବା ଏବଂ ଡିଜିଟାଲ୍ ବୈଷମ୍ୟକୁ ଦୂର କରିବା ଦିଗରେ ଏହାର ନିରନ୍ତର ପ୍ରୟାସପୂର୍ବକ ରିଲାଏନ୍ସ ଜିଓ ଓଡ଼ିଶାର ହଜାର ହଜାର ଦୁର୍ଗମ ଗ୍ରାମକୁ ଏହାର ୪ଜି / ୫ଜି ନେଟୱାର୍କ ସହିତ ସଂଯୋଗ କରିଛି। ଏହି ସମସ୍ତ ଅଞ୍ଚଳରେ ବିଶ୍ୱସ୍ତରୀୟ ଡାଟା ସେବା ପ୍ରଦାନ କରିବାର ପ୍ରତିବଦ୍ଧତା ସ୍ୱରୂପ, ଜିଓ ପୂର୍ବରୁ ଆଧୁନିକ ଯୋଗାଯୋଗ ଭିତ୍ତିଭୂମିରୁ ବଞ୍ଚିତ ରହିଥିବା ଅଞ୍ଚଳଗୁଡ଼ିକରେ ନିରନ୍ତର ୪ଜି / ୫ଜି ନେଟୱାର୍କ ସ୍ଥାପନ କରିବାରେ ଅଗ୍ରଣୀ ରହିଛି।



