www.samajalive.in
Saturday, December 13, 2025
21.1 C
Bhubaneswar

ରେଙ୍ଗାଲି କେନାଲ କାର୍ଯ୍ୟ ନିମ୍ନ ମାନର ଅଭିଯୋଗ 

କାମାକ୍ଷାନଗର : କାମାକ୍ଷାନଗର ଦେଇ ଯାଇଥିବା ରେଙ୍ଗାଲି ବାମ କେନାଲର ଆଲତୁମାଠାରୁ ରେକୁଳା ପର୍ଯ୍ୟନ୍ତ ଯାଇଥିବା ମାଇନର କେନାଲର ମରାମତି କାର୍ଯ୍ୟ ଅତି ନିମ୍ନ ମାନର ହେଉଥିବାର ଅଭିଯୋଗ ହୋଇଛି । ରେଙ୍ଗାଲି ବାମ କେନାଲର ଆଲତୁମାଠାରୁ ରେକୁଳା ପର୍ଯ୍ୟନ୍ତ ଏକ ମାଇନର କେନାଲ ରହିଛି । ହେଲେ ଗତ କିଛି ବର୍ଷ ଧରି ରକ୍ଷଣା ବେକ୍ଷଣ ଅଭାବରୁ ଏହି କେନାଲରେ ଜଳ ସେଚନରେ ବାଧା ସୃଷ୍ଟି ହେଉଥିଲା। ରେକୁଳା ଗ୍ରାମରେ ଏହି କେନାଲ ମାଧ୍ୟମରେ ପ୍ରାୟ ୩ ଶହ ଏକର ଜମିକୁ ଜଳସେଚନ ହୋଇଥାଏ । ଏହି ଜମି ଉପରେ ନିର୍ଭର କରୁଥିବା ଚାଷୀମାନେ ଏ ସଂକ୍ରାନ୍ତରେ ବହୁବାର ଦାବି ଆପତ୍ତି ପରେ ଚଳିତ ବର୍ଷ ବିଭାଗୀୟ ସ୍ତରରେ ପଦକ୍ଷେପ ନିଆଯାଇ ଟେଣ୍ଡରର ବ୍ୟବସ୍ଥା ହୋଇଥିଲା । ହେଲେ ଏହି ଟେଣ୍ଡର ତିରିଶ ଲକ୍ଷ୍ୟ ବ୍ୟୟ ଅଟକଳରେ ହୋଇଥିବାବେଳେ ଜନୈକ ଠିକାଦାର ୧୪. ୯୯ ରେ ଟେଣ୍ଡର ପକାଇ କାର୍ଯ୍ୟକୁ ଏଗ୍ରିମେଣ୍ଟ କରି ନେଇଛନ୍ତି । ହେଲେ ଦାୟିତ୍ୱ ନେଇଥିବା ଠିକାଦାର ଜଣଙ୍କ ୧୪. ୯୯ ରେ ନେଇ ନିଜର ଲାଭଖୋର ମନୋବୃତିରେ ନିମ୍ନମାନର କାର୍ଯ୍ୟ କରୁଥିବାର ଅଭିଯୋଗ ହୋଇଛି । କେନାଲରେ ବାଲିର ପରିଣାମ, ସିମେଣ୍ଟର ପରିଣାମ କମ ରହିଥିବା ବେଳେ ରଡ଼ ବାନ୍ଧିବାରେ ମଧ୍ୟ ଦୂରତା ଅଧିକ ରହୁଥିବା ନେଇ ସେହି କେନାଲ ଦେଇ ଯାତାୟାତ କରୁଥିବା ବ୍ୟକ୍ତି ବିଶେଷ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ଦାୟିତ୍ୱରେ ଥିବା ଅଧିକ୍ଷଣ ଯନ୍ତ୍ରୀ ଅମୀୟ ସାମଲ ଘଟଣାସ୍ଥଳକୁ ଯାଇ ତଦାରଖ କରି ଏହାର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ସମଲ କ୍ୱାଲିଟି ବିଭାଗକୁ ପଠାଇଥିବାର ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି । ଏପଟେ ଦାୟିତ୍ୱରେ ଥିବା ଠିକାଦାର ଜଣଙ୍କ ନିଜର କାର୍ଯ୍ୟାଧାରାକୁ ବଞ୍ଚାଇବାକୁ ଯାଇ ନିଜେ ଜଣେ ଗଣମାଧ୍ୟମର ପ୍ରତିନଧି ବୋଲି ପ୍ରଚାର କରି ମୋର କେହି କିଛି କରିପାରିବେନି ବୋଲି ସାଧାରଣରେ ପ୍ରକାଶ କରିଥିବାର ଆଲୋଚ୍ୟର ବିଷୟ ହୋଇଛି। ବିଭାଗୀୟ ସ୍ତରରେ ରେକୁଳା ଗ୍ରାମକୁ କିପରି ସୁଚାରୁରୂପେ ଜଳସେଚନ ହୋଇ ପାରିବ ସେଥିପ୍ରତି ଗୁରୁତ୍ୱ ଦେଇ ସଠିକ ଭାବେ କେନାଲ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସକାଶେ ସଂପୃକ୍ତ ଚାଷୀମାନଙ୍କ ମଧ୍ୟରେ ଦାବି ହେଉଛି ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories