www.samajalive.in
Friday, December 12, 2025
15.1 C
Bhubaneswar

ଧାର ଟଙ୍କା ମାଗିବାରୁ ଯୁବକଙ୍କୁ ଆକ୍ରମଣ, ଜଣେ ଗିରଫ

ଗୋପାଳପୁର: ଧାର ଟଙ୍କା ମାଗିବାରୁ ଯୁବକଙ୍କୁ ଆକ୍ରମଣ କରିବା ମାମଲାରେ ରବିବାର ଗୋଳନ୍ଥରା ଥାନା ପୁଲିସ ଅଭିଯୁକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ବି. ମନହରା ଗ୍ରାମର ପ୍ରଶାନ୍ତ ଗୌଡ଼(୪୦)। ସୂଚନା ଅନୁସାରେ, ଗୋଳନ୍ଥରା ଥାନା ଅଧୀନ କନିଷି ହାଟର ତ୍ରିନାଥ ସାସମଲ ଗତ କିଛି ମାସ ତଳେ ବି. ମନହାର ଗ୍ରାମ ମମତା ଗୌଡ଼ଙ୍କୁ ପାଞ୍ଚ ହଜାର ଟଙ୍କା ଦେଇଥିଲେ। କିଛି ଦିନ ପରେ ମମତା ୨୫ ଶହ ଟଙ୍କା ତ୍ରିନାଥକୁ ଫେରାଇ ଦେଇଥିଲେ। ବିଭିନ୍ନ ସମୟ ବାକି ରହିଥିବା ୨୫ ଶହ ଟଙ୍କାକୁ ତ୍ରିନାଥ ମାଗିଥିଲେ ମଧ୍ୟ ମମତା ଦେଉ ନ ଥିଲେ। ଗତ ୧୪ ତାରିଖ ସକାଳେ ତ୍ରିନାଥ ବି. ମନହରା ଗ୍ରାମକୁ ଯାଇ ମମତା ଓ ତାଙ୍କ ବାପା ରମେଶ ଗୌଡ଼ ସହ କଥା ହେଉଥିବା ବେଳେ ପ୍ରଶାନ୍ତ ଗୌଡ଼ କାତିରେ ତାଙ୍କୁ ଆକ୍ରମଣ କରି ରକ୍ତାକ୍ତ କରିଦେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ଏ ନେଇ ତ୍ରିନାଥଙ୍କ ସ୍ତ୍ରୀ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା(୧୧୧/୨୫) ରୁଜୁ କରି ତଦନ୍ତ କରି ରବିବାର ପ୍ରଶାନ୍ତକୁ ଗ୍ରାମରୁ ଗିରଫ କରି ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories