ମାର୍ଚ୍ଚ ୩୧ ସୁଦ୍ଧା ପଞ୍ଜିକୃତ ସମସ୍ତ ଚାଷୀଙ୍କ ଧାନ କିଣାଯିବ

କେନ୍ଦୁଝରଗଡ : ଓଡିଶାରେ ଚାଷୀ ଦରଦୀ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଧାନ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା ଦେବା ସହିତ ୪୮ ଘଣ୍ଟା ଭିତରେ ଚାଷୀ ଧାନ ବିକ୍ରି ଅର୍ଥ ପାଉଛି। ଚାଷୀ ପଞ୍ଜି କରଣ କରିଥିବା ଧାନ ର ପରିମାଣ ସମ୍ପୂର୍ଣ୍ଣ ଭାବେ ସରକାର କିଣିବାକୁ ବିଜେପି   ସରକାର ସଂକଳ୍ପବଦ୍ଧ ବୋଲି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି  ମହେଶ୍ଵର ସାହୁ କହିଛନ୍ତି ।  ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ  ସାହୁ  ରବିବାର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝିଙ୍କ ନିଜ ଧାନମଣ୍ଡୀ ପଳାଶପଙ୍ଗା ସେବା ସମବାୟ ସମିତି ପରିଦର୍ଶନ କରିଥିଲେ।
ଧାନ ବିକ୍ରି କରିପାରିନଥିବା ପଳାଶପଙ୍ଗା ଧାନମଣ୍ଡୀର ୧୩୯ ଜଣ ଚାଷୀ ଓ ପଦ୍ମପୁର ସେବା ସମବାୟ ସମିତି ର ୧୪୪ ଜଣ ଚାଷୀ, ରାଇସୁଆଁ ସେବା ସମବାୟ ସମିତି ର ୯୮ ଜଣ ଚାଷୀ, ନରଣପୁର ସେବା ସମବାୟ ସମିତି ର ୭୨ ଜଣ ଚାଷୀ, ରଘୁନାଥପୁର ସେବା ସମବାୟ ସମିତି  ୮୦ ଜଣ ଚାଷୀ ଓ ମଇଦାନକେଲ ସେବା ସମବାୟ ସମିତି ର ୩୩ ଜଣ ଚାଷୀଙ୍କର କିଣା ହେବାକୁ ଥିବା ୨୫ ହଜାର ୭୯୧ କୁଇଣ୍ଟାଲ ଧାନ ମାର୍ଚ୍ଚ ୩୧ ତାରିଖ ଭିତରେ ଯୁଦ୍ଧ କାଳୀନ ଭିତ୍ତିରେ କିଣାଯିବ ବେଲି ରାଜ୍ୟ ସଭାପତି ଶ୍ରୀ  ସାହୁ ଉପସ୍ଥିତ ଚାଷୀମାନଙ୍କୁ ପ୍ରତିଶୃତି ଦେଇଥିଲେ।
କେନ୍ଦୁଝର ଜିଲାର ବର୍ତ୍ତମାନ ସୁଦ୍ଧା ଧାନ ବିକ୍ରି କରିପାରିଥିବା ସମସ୍ତ ଚାଷୀ ମାନଙ୍କ ର ଧାନ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ କିଣାଯିବ ବେଲି ସଭାପତି ଶ୍ରୀ ସାହୁ କହିଛନ୍ତି। କାହାରି ଗୁଜବରେ ବଶବର୍ତ୍ତୀ ନହେଇ ବିରୋଧୀ ଦଳର ଅପପ୍ରଚାରରେ ବିଶ୍ଵାସ ନକରିବାକୁ ଶ୍ରୀ ସାହୁ କହିଛନ୍ତି।   ଏହି କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଦ୍ଭାଗିରଥି ସିଂ, ଜିଲା ଧାନ ସଂଗ୍ରହ କମିଟି  ସଦସ୍ୟ    ପ୍ରକାଶ ସୂତ୍ରଧର, ଅତିରିକ୍ତ ଖାଦ୍ୟ ଯୋଗାଣ ଅଧିକାରୀ ବିର କିଶୋର ମାରାଣ୍ଡି, ପଳାଶପଙ୍ଗା ସେବା ସମବାୟ ସମିତି   ସମ୍ପାଦକ  ଅଭୟ କୁମାର ପଲାଇ, ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା ଉପସଭାପତି କୃଷ୍ଣ ଚନ୍ଦ୍ର ମହାନ୍ତ, ଗୌରାଙ୍ଗ ମୁଣ୍ଡା, ନାରାୟଣ ଦେଓ, ପ୍ରଦୀପ କୁମାର ଗିରି, ସରୋଜ କୁମାର ସାହୁ, ଗୋପବନ୍ଧୁ ପ୍ରଧାନ, ସତ୍ୟବାନ ଗିରି, ପ୍ରାଣବନ୍ଧୁ ସାହୁ, ପ୍ରସନ୍ନ କୁମାର ପ୍ରଧାନ, ଉପେନ୍ଦ୍ର ମହାନ୍ତ, ସୁଜାତା ପ୍ରଧାନ, ହେମଲତା ସାହୁ, ଚୁମୁକି ସାହୁ, ମୋନାଲିସା ପ୍ରଧାନ, ସହଦେବ ମହାନ୍ତ, ସୀତା ମହାନ୍ତ, ଭାନୁମତୀ ମହାନ୍ତ, ଦିବାକର ମହାନ୍ତ, ସୁମତୀ ଦାସ ପ୍ରମୁଖ ୫ ଶହରୁ ଊର୍ଦ୍ଧ୍ବ ଚାଷୀ ସାମିଲ ହୋଇଥିଲେ।

Comments are closed.