ଢେଙ୍କିକୋଟରେ ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ

ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଆଜି ଶିଶୁ ବାଟିକା ବିଭାଗର ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅଭିଭାବକ ଓ ଅଭିବାବିକାମାନେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ଢେଙ୍କିକୋଟ ପଞ୍ଚାୟତ ସଂଘର ସମ୍ପାଦିକା ବୀଣାପାଣି ମହାନ୍ତି ଯୋଗ ଦେଇ ଶିଶୁ ଶିକ୍ଷାର ସ୍ୱରୂପ ବିଷୟରେ ଅଭିଭାବକମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ । ତ୍ରିଲୋଚନ ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ। ଶିଶୁ ବାଟିକା ପ୍ରମୁଖ ରଞ୍ଜିତା ରାଣୀ କରଙ୍କ ନିର୍ଦ୍ଦେଶନାରେ କାର୍ଯ୍ୟକ୍ରମଟି ସୂଚାରୁରୂପେ ପାଳିତ ହୋଇଥିଲା। ନିଜ ଘରକୁ ଶିଶୁ ମାନଙ୍କୁ ଶିକ୍ଷାଭିମୁଖି କରିବାକୁ ଏଠାରେ ଅଭିଭାବକମାନେ ସମ୍ମତ ହୋଇଥିଲେ।

Comments are closed.