www.samajalive.in
Tuesday, December 9, 2025
16.1 C
Bhubaneswar

ବିଶ୍ବର ବୃହତ୍ତମ ପରିବାର ମୁଖିଆଙ୍କ ସମସ୍ୟା: ୧୨ ସ୍ତ୍ରୀ, ୧୦୨ ସନ୍ତାନ ଓ ୫୭୮ ନାତିନାତୁଣୀଙ୍କୁ ପୋଷିବାକୁ ଅକ୍ଷମ

କାମ୍ପାଲା: ଆଫ୍ରିକୀୟ ରାଷ୍ଟ୍ର ଉଗାଣ୍ଡାର ମୁଜିକା ସହରର ଏକ ଗ୍ରାମରେ ବାସ କରୁଛନ୍ତି ମୁସା ହାସାନ୍ଧ୍ୟା କାସେରା ନାମକ ଜଣେ ବ୍ୟକ୍ତି। ତାଙ୍କର ବିଶେଷତ୍ଵ ହେଲା, ସେ ହେଉଛନ୍ତି ବିଶ୍ବର ବୃହତ୍ତମ ପରିବାରର ମୁଖିଆ । ମୁସାଙ୍କର ୧୨ ଜଣ ସ୍ତ୍ରୀ ଥିବାବେଳେ ୧୦୨ ସନ୍ତାନ ଏବଂ ୫୭୮ ନାତି ନାତୁଣୀ ରହିଛନ୍ତି । ବିରାଟ ପରିବାରକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଥ‌ିବା ମୁସା ବର୍ତ୍ତମାନ ସମସ୍ୟାର ସମ୍ମୁଖୀନ ହେଉଥିବା ଜଣାପଡିଛି। ଆର୍ଥିକ ଅନଟନ ଯୋଗୁଁ ପରିବାର ସଦସ୍ୟଙ୍କ ଖାଇବା ଖର୍ଚ୍ଚ ବହନ କରିବାରେ ସେ ଅକ୍ଷମ ହୋଇପଡିଛନ୍ତି। ସେଥ‌ିପାଇଁ ଆର୍ଥିକ ସହାୟତା ଯୋଗାଇବାକୁ ମୁସା ସାମାଜିକ ଗଣମାଧ୍ଯମର ଦ୍ବାରସ୍ଥ ହୋଇଛନ୍ତି । ୧୯୭୨ରେ ମାତ୍ର ୧୭ ବର୍ଷ ବୟସରେ ମୁସା ପ୍ରଥମେ ବିବାହ କରିଥିଲେ । ମୁସା ଜଣେ ଗାଈ ଜଗୁଆଳ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ପରିବାର ବୃଦ୍ଧି କରିବାକୁ ନିଷ୍ପଭି ନେଇଥିଲେ। ମୁସାଙ୍କ ପ୍ରଥମ ସନ୍ତାନ ସାଣ୍ଡ୍ରା ୧୯୭୩ରେ ଜନ୍ମଗ୍ରହଣ କରିଥିଲେ ।

ରୋଜଗାର ଭଲ ଥିବାରୁ ସ୍ଥାନୀୟ ଲୋକେ ତାଙ୍କୁ ଜ୍ୱଇଁ କରିବାକୁ ବିଶେଷ ଆଗ୍ରହ ପ୍ରକାଶ କରୁଥିଲେ। ଏହି ପ୍ରକ୍ରିୟାରେ ମୁସା ଜଣକ ପରେ ଜଣେ ମୋଟ ୧୨ ଜଣଙ୍କୁ ବିବାହ କରିଥିଲେ। ସେମାନଙ୍କ ଔରସରୁ ମୋଟ ୧୦୨ ଜଣ ସନ୍ତାନ ଜନ୍ମ ନେଇଥିଲେ। ସନ୍ତାନମାନଙ୍କ ବିବାହ ହେବାପରେ ମୁସାଙ୍କ ବଂଶ ବଢି ଚାଲିଥିଲା। ବର୍ତ୍ତମାନ ତାଙ୍କର ୫୭୮ ନାତି ନାତୁଣୀ ରହିଛନ୍ତି। ୧୯୯୫ରୁ ଉଗାଣ୍ଡାରେ ବାଲ୍ୟ ବିବାହକୁ ନିଷିଦ୍ଧ କରାଯାଇଥିଲେ ସୁଦ୍ଧା ବହୁ ବିବାହ ପ୍ରଥା କାଏମ ରହିଛି। ମୁସାଙ୍କ ସନ୍ତାନଙ୍କ ବୟସ ବର୍ତ୍ତମାନ ୧୦ରୁ ୫୦ ବର୍ଷ ମଧ୍ୟରେ ବୋଲି ଜଣାପଡିଛି। ତାଙ୍କର ଦ୍ବାଦଶ ପତ୍ନୀଙ୍କ ବୟସ ୩୫ ବର୍ଷ ।

- Advertisement -

ମୁସାଙ୍କ କହିବା ଅନୁଯାୟୀ ସେ କେବଳ ପ୍ରଥମ ଓ ଶେଷ ସନ୍ତାନଙ୍କ ନାମ ମନେ ରଖୁଛନ୍ତି । ଅନ୍ୟ ସନ୍ତାନଙ୍କ ନାମ କ’ଣ ଦିଆଯାଇଛି, ତାହା ସେ କହିପାରୁନାହାନ୍ତି। ତେବେ ଗୋଟିଏ ଡାଏରୀରରେ ସବୁ ସନ୍ତାନଙ୍କ ଜନ୍ମ ତାରିଖ ସେ ଲେଖା ରଖୁଛନ୍ତି । ଘର ପୁରୁଣା ହୋଇଥିବାରୁ ଛାତରୁ ପାଣି ଗଳୁଛି। ଆଖପାଖରେ ମାଟି କୁଡିଆରେ ପରିବାରର ଅନ୍ୟ ସଦସ୍ୟ ବାସ କରୁଛନ୍ତି। ଦୁଇ ଏକର ଚାଷ ଜମିରୁ ଉତ୍ପନ୍ନ ହେଉଥିବା ଫସଲରେ ଏତେ ବଡ ପରିବାର ଚଳାଇବା ତାଙ୍କ ପକ୍ଷରେ କଷ୍ଟକର ହୋଇପଡୁଛି। ପିଲାମାନେ ମଧ୍ୟ ସେଭଳି ରୋଜଗାର କରୁନାହାନ୍ତି। ଫଳରେ ପିଲା ଓ ନାତି ନାତୁଣୀଙ୍କୁ କେବଳ ଗୋଟିଏ ବେଳା ଖାଇବାକୁ ଦେଇପାରୁଥିବା ସେ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories