www.samajalive.in
Sunday, December 7, 2025
23.1 C
Bhubaneswar

ଟଳିଲା ବଡ଼ ଦୁର୍ଘଟଣା; ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକରେ ଲାଗିଲା ନିଆଁ; ଅଳ୍ପକେ ବର୍ତିଲେ ଚାଳକ

ଗଞ୍ଜାମ : ଗଞ୍ଜାମ ସହର ଲକ୍ଷ୍ମୀପୁର ସୂର୍ଯ୍ୟନାରାୟଣ ପୁର ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥରେ ଏକ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକରେ ନିଆଁ ଲାଗିଯାଇଥିଲା। ଫଳରେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା।  ଖବର ପାଇ ଘଟଣାସ୍ଥଳରେ ଛତ୍ରପୁର ଦମକଳ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିଲେ। ଗଞ୍ଜାମ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର, ବିଡ଼ିଓ ଅଚ୍ୟୁତାନନ୍ଦ ଯାନୀ, ଛତ୍ରପୁର ଏସଡିପିଓ ଗୌରହରି ସାହୁ, ଥାନା ଆଇଆଇସି ସୁମିତ୍ରା ପାତ୍ର, ଗ୍ରାସୀମ ସୁରକ୍ଷା ଅଧିକାରୀ ଲିପିକ ମହାନ୍ତି ପ୍ରମୁଖ ପହଂଚି କିଭଳି ନିଆଁ ଆୟତ ହେବ, ସେଥିପାଇଁ ପଦକ୍ଷେପ ନେଇଥିଲେ। ଗାଡି ଚାଲିଥିବା ବେଳେ ଟ୍ରକର ସେଲ୍ଫ ମଟର ସର୍ଟ ହୋଇଯିବା ଫଳରେ ଗାଡିରେ ନିଆଁ ଲାଗିଯାଇଥିବା ଟ୍ରକ ଚାଳକ ପ୍ରହଲ୍ଲାଦ ଯାନୀ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧା ପିପିସିଏଲରୁ ଟ୍ରକ ବ୍ରହ୍ମପୁରକୁ ଆସୁଥିଲା। ହଠାତ୍‌ ଧୂଆଁ ବାହାରୁଥିବା ଜାଣି ଚାଳକ ଗାଡି ରଖି ଦେଖିଥିଲେ ଗାଡ଼ିରେ ନିଆଁ ଲାଗିଯାଇଛି। ସେହି ଗାଡ଼ିରେ ୪୨୦ ସିଲିଣ୍ଡର ଓ ୧୦ଟି ୩୫କେଜି ସିଲିଣ୍ଡର ଲୋଡ଼ ହୋଇଥିବା ଜଣାପଡୁଛି। ଗ୍ରାସୀମ କମ୍ପାନୀ ଓ ଛତ୍ରପୁର ଦମକଳ ବାହିନୀ ପହଂଚି ନିଆଁ ଲିଭେଇ ଥିଲେ। ଫଳରେ ସମସ୍ତ ସିଲିଣ୍ଡର ସୁରକ୍ଷିତ ରହିଛି କିନ୍ତୁ ଗାଡିର ସମ୍ମୁଖ ପୋଡ଼ିଯାଇଛି। ଗଞ୍ଜାମ ଥାନା ପୁଲିସ ଗୋଟିଏ ପାର୍ଶ୍ଵ ରୋଡ଼ ବନ୍ଦ କରି ଗୋଟିଏ ରୋଡ଼ରେ ଗାଡି ଛାଡି ନିୟନ୍ତ୍ରଣ କରିଥିଲେ। ନିଶ୍ଚିତ ଭାବେ ଏକ ବଡ଼ ଦୁର୍ଘଟଣା ଟଳିଥିବା ସୂଚନା ମିଳିଛି।

ରାହୁ-କେତୁ ଚଳନ : ୨୦୨୫ରେ ଭାଗ୍ୟଶାଳୀ ହେବେ ଏହି ୫ ରାଶି, ହଠାତ୍‌ ମିଳିବ ଧନ, ସବୁଥିରେ ସଫଳତା,ଚମକିବ ଭାଗ୍ୟ..

୨୦୦ରୁ ବି କମ୍‌.. ଜିଓର ଶସ୍ତା ପ୍ଲାନ୍‌, ସବୁଦିନ ମିଳିବ ୨ଜିିବି ଡାଟା..

- Advertisement -

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories