www.samajalive.in
Wednesday, December 10, 2025
14.1 C
Bhubaneswar

ମନରେଗା ଯୋଜନାରେ ବ୍ଲକ ସ୍ତରୀୟ ଜନଶୁଣାଣି

ପାଟଣା : ପାଟଣା ବ୍ଲକ ଅଞ୍ଚଳରେ ବ୍ଲକ ଓ ଅନ୍ୟାନ୍ୟ ଲାଇନ ବିଭାଗ ଦ୍ଵାରା ମନରେଗା ଯୋଜନାରେ କରାଯାଇଥିବା ଉନ୍ନୟନ କାର୍ଯ୍ୟ ପାଇଁ ଆଜି ବ୍ଲକ କାର୍ଯ୍ୟାଳୟରେ ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ବିଡିଓ ମାନସ କୁମାର ଦଣ୍ଡପାଟଙ୍କ ଉପସ୍ଥିତିରେ ଶିବିରରେ ଜିଲା ପରିଷଦର ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରବିନ୍ଦ୍ର କୁମାର ମଲ୍ଲିକ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଚନ୍ଦନ ଅମୃତାୟନ ଆଇଚ ଯୋଗଦେଇ ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକଙ୍କ ଉପସ୍ଥିତିରେ ଜନଶୁଣାଣି ଶିବିରରେ ମତାମତ ଓ ଅଭିଯୋଗର ଶୁଣାଣି କରିଥିଲେ। କାର୍ଯ୍ୟକ୍ରମରେ ବହୁ ସରପଞ୍ଚ, ସମିତି ସଭ୍ୟ, ପିଇଓ,ଏଡିଇଓ ,ଗ୍ରାମ ରୋଜଗାର ସେବକଙ୍କ ସହ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ସିଦ୍ଧ ମାଝୀଙ୍କ ସହ ସମସ୍ତ କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ଥିଲେ।

ସୂଚନା ଅନୁଯାୟୀ ମନରେଗା ଯୋଜନାରେ ୬ ମାସ ମଧ୍ୟରେ ମୋଟ ୨୩୪ ଟି ପ୍ରକଳ୍ପ ମଧ୍ୟରୁ ୯୨ ଟି ବିଭିନ୍ନ ଲାଇନ ବିଭାଗରେ ଥିବା ସମ୍ବନ୍ଧରେ ଗ୍ରାମ ସମ୍ବଳ ବ୍ୟକ୍ତିମାନେ ତଥ୍ୟ ଉପସ୍ଥାପନ କରିଥିଲେ। ଆସିଥିବା ଅଭିଯୋଗର ୭ ଦିନ ମଧ୍ୟରେ ସମାଧାନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।୨୦୨୩-୨୪ ଆର୍ଥିକ ବର୍ଷରେ ୨୬୪୫.୭୩ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ୯୯୪୬୭ ଶ୍ରମ ଦିବସ ସୃଷ୍ଟି କରାଯାଇଥିବା ଏବଂ ପୁରୁଣା ଓ ନୂଆ କାମ ମିଶି ୧୮୯୫  ଟି ପ୍ରକଳ୍ପ କାମ ଶେଷ ହୋଇଥିବା ସୂଚନା ଦିଆଯାଇଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories