୫ମ ଆନ୍ତଃ ହାଇସ୍କୁଲ କବାଡି ଟୁର୍ଣ୍ଣାମେଣ୍ଟ: ଇଣ୍ଡିଆନ ପବ୍ଲିକ ସ୍କୁଲ ଚାମ୍ପିଅନ

ସମ୍ବଲପୁର: ଜିଲା ବର୍ଷିୟାନ କ୍ରୀଡା ସଂଘ ସମ୍ବଲପୁର ତରଫରୁ ସ୍ଥାନୀୟ ସିଂହପାଲି – କାଈଁଶୀର ଖେଳ ପଡିଆରେ ଆୟୋଜିତ ୫ମ ଆନ୍ତଃ ହାଇସ୍କୁଲ କବାଡି ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ମୁଖ୍ୟଅତିଥି ରୂପେ ସୁରେନ୍ଦ୍ର ମୋହନ ପୁରୋହିତ ପତାକା ଉତ୍ତୋଳନ କରି ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ । ଜିଲାର ବିଭିନ୍ନ ହାଇସ୍କୁଲର ୮ଟି ଦଳ କବାଡି ପ୍ରତିଯୋଗିତାରେ ସାମିଲ ହୋଇଥିଲେ । ପ୍ରଥମ ଖେଳରେ ନୃସିଂହ ଗୁରୁ ଟାଉନ ହାଇସ୍କୁଲ ଦଳ ୬୪ – ୩୬ ପଏଣ୍ଟରେ ବିକାଶ ପବ୍ଲିକ ସ୍କୁଲକୁ ହରାଇଥିଲା । ଦ୍ୱିତୀୟ ଖେଳରେ ଶ୍ରୀ ଅରବିନ୍ଦ ସ୍କୁଲ ଦଳ ୫୯ – ୨୮ ପଏଣ୍ଟରେ ନାନଗରାମ ହାଇସ୍କୁଲକୁ ହରାଇଥିଲା । ତୃତୀୟ ଖେଳରେ ଇଣ୍ଡିଆନ ପବ୍ଲିକ ସ୍କୁଲ ଦଳ ୫୭-୪୫ ପଏଣ୍ଟରେ ଗୁରୁନାନକ ପବ୍ଲିକ ସ୍କଲୁକୁ ପରାସ୍ତ କରିଥିଲା । ଚତୁର୍ଥ ଖେଳରେ ଦିଲ୍ଲୀ ପବ୍ଲିକ ସ୍କୁଲ ୫୮ – ୩୨ ପଏଣ୍ଟରେ ଚନ୍ଦ୍ରଶେଖର ବେହେରା ଜିଲା ସ୍କୁଲକୁ ହରାଇଥିଲା । ପଞ୍ଚମ ଖେଳରେ ଦୟାନନ୍ଦ ପବ୍ଲିକ ସ୍କୁଲ ଦଳ ୫୪ – ୩୨ ପଏଣ୍ଟରେ ନୃସିଂହଗୁରୁ ଟାଉନ ହାଇସ୍କୁଲକୁ ହରାଇଥିଲା । ପ୍ରଥମ ସେମି ଫାଇନାଲରେ ଇଣ୍ଡିଆନ ପବ୍ଲିକ ସ୍କୁଲ ଦଳ ୭୦ – ୨୯ ପଏଣ୍ଟରେ ଶ୍ରୀ ଅରବିନ୍ଦ ସ୍କୁଲକୁ ହରାଇ ଫାଇନାଲକୁ ପ୍ରବେଶ କରିଥିଲା । ସେହିଭଳି ଦ୍ୱିତୀୟ ସେମି ଫାଇନାଲରେ ଚନ୍ଦ୍ରଶେଖର ବେହେରା ଜିଲା ସ୍କୁଲ ଦଳ ୪୪ – ୪୧ ପଏଣ୍ଟରେ ଦୟାନନ୍ଦ ପବ୍ଲିକ ସ୍କୁଲକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା । ଫାଇନାଲ ମ୍ୟାଚ ଇଣ୍ଡିଆନ ପବ୍ଲିକ ସ୍କୁଲ ଓ ଚନ୍ଦ୍ରଶେଖର ବେହେରା ଜିଲା ସ୍କୁଲ ମଧ୍ୟରେ ହୋଇଥିଲା । ଏଥିରେ ୮୫ – ୩୩ ପଏଣ୍ଟରେ ଜିଲା ସ୍କୁଲ ଦଳକୁ ହରାଇ ଇଣ୍ଡିଆନ ପବ୍ଲିକ ସ୍କୁଲ ଚଳିତ ବର୍ଷର ଚାମ୍ପିଅନ ହୋଇଛି। ଖେଳ ଗୁଡିକୁ ରେଫରୀ ରୁପେ ଭଜନ ତରିଆ, ଇନ୍ଦ୍ରଜିତ ବାଗ, ପ୍ରଶାନ୍ତ ସେଠ, ଜଗବନ୍ଧୁ ବେହେରା, ସୁରେନ୍ଦ୍ର ନାୟକ ପ୍ରମୁଖ ଦାୟିତ୍ୱ ନିର୍ବାହ କରିଥିଲେ । ଉଦଯାପନୀ ଉତ୍ସବରେ ଜିଲା କ୍ରୀଡା ସଂଘର ଉପ ସଭାପତି ଦୁଲାଲ ଚନ୍ଦ୍ର ପ୍ରଧାନ ଓ ସାଧାରଣ ସମ୍ପାଦକ ସୁନୀଲ ସାହୁ ଅତିଥି ରୂପେ ଯୋଗଦେଇଥିଲେ।

Comments are closed.