www.samajalive.in
Tuesday, December 9, 2025
16.1 C
Bhubaneswar

ସ୍ଥାନୀୟ ପିଲାଙ୍କୁ ଚାକିରି ଦେବା ଲାଗି ବାବା ବିଶ୍ଵକର୍ମା ଅପରେଟର ସଂଘର ଦାବି

ପାଟଣା : କେନ୍ଦୁଝର ଜିଲାରେ ବେକାରୀ ସମସ୍ୟା ଏବେ ଚରମ ସୀମାରେ ପହଞ୍ଚିଛି। ଖଣିଖାଦାନରେ  ଓଡ଼ିଆ ପିଲାଙ୍କୁ ନିଯୁକ୍ତି ମିଳୁନି ବୋଲି ବାରମ୍ବାର ଅଭିଯୋଗ ହେଉଛି। ତେବେ ଏବେ ପାଣିକୋଇଲି ଠାରୁ ରାଜାମୁଣ୍ଡା ଯାଏ ରାସ୍ତା ୪ ଥାକିଆ ହେଉଛି ଯାହାକୁ ଏସଆରଏସସି ଇନ୍ଫ୍ରା  ଲିଃ କରୁଛି। ଏହି କାମ ଲାଗି ଅନେକ ଗାଡ଼ି କାମରେ ଲାଗିଛନ୍ତି ବଡ଼ ବଡ଼ ମେସିନ ମଧ୍ୟ ଲାଗିଛି। ପୂର୍ବରୁ ଏହି ରାସ୍ତା କାମରେ ସ୍ଥାନୀୟ ଅପରେଟର ମାନଙ୍କୁ ଉକ୍ତ ନିର୍ମାଣ କମ୍ପାନୀ ନିଯୁକ୍ତି ଦେଉ ବୋଲି ଆଲୋଚନା ହୋଇଥିଲା। କମ୍ପାନୀ କର୍ତ୍ତୃପକ୍ଷ ମଧ୍ୟ ଦୁର୍ଗା ପୂଜା ପରେ କିଛି ନିଷ୍ପତ୍ତି ନେବେ କହିଥିଲେ। ହେଲେ ଏଯାଏ ନିଯୁକ୍ତି ଦେଉ ନଥିବାରୁ ବାବା ବିଶ୍ଵକର୍ମା ଅପରେଟର ସଂଘ ପକ୍ଷରୁ କମ୍ପାନୀ ପରିଚାଳକଙ୍କ ପାଖରେ ଏକ ଲିଖିତ ଦରଖାସ୍ତ ଦିଆ ଯାଇଛି କି ସ୍ଥାନୀୟ ଅପରେଟରଙ୍କୁ ରାସ୍ତା କାମରେ ନିଯୁକ୍ତି ଦେଇ କମ୍ପାନୀ ନିଜ ପ୍ରତିଶ୍ରୁତି ପାଳନ କରୁ । ଏଥି ଲାଗି ଆଜି ବାବା ବିଶ୍ଵକର୍ମା  ଅପରେଟର ସଂଘ ପକ୍ଷରୁ କମ୍ପାନୀକୁ ନିଯୁକ୍ତି ଲାଗି ତା ୧୫/୧୨/୨୪ରିଖ ସୁଦ୍ଧା ପରିଶ୍ରୁତି ପାଳନ ଲାଗି ଦିନ ଧାର୍ଯ୍ୟ କରାଯାଇଛି । ଅନ୍ୟଥା ଆନ୍ଦୋଳନ ହେବ ବୋଲି ସଂଘ ସ୍ପଷ୍ଟ କରିଛି। ତେଣୁ ଆଜି ଘଟଗାଁ ବ୍ଲକ୍ ଅନ୍ତର୍ଗତ ମସିଣାବିଲା ନିକଟରେ ସଂଘର କାର୍ଯ୍ୟକର୍ତ୍ତାମାନେ ଏକଜୁଟ ହୋଇ କମ୍ପାନୀ ଅଫିସରେ ଦାବିପତ୍ର ଦେବା ବେଳେ ପ୍ରତିବାଦ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories