www.samajalive.in
Saturday, December 6, 2025
14.1 C
Bhubaneswar

ଚାଷୀ ନେତା ରାକେଶ ଟିକାୟତ ଗିରଫ

ନୂଆଦିଲ୍ଲୀ  : ଚାଷୀ ନେତା ରାକେଶ ଟିକାୟତ ଗିରଫ ହୋଇଛନ୍ତି । ରାକେଶ ଟିକାୟତଙ୍କୁ ପୁଲିସ ଯମୁନା ଏକ୍ସପ୍ରେସରୁ ଉଠାଇ ନେବାପରେ ତାଙ୍କୁ ଟପ୍ପଲ ଥାନାରେ ଅଟକ ରଖାଯାଇଛି । ଅନ୍ୟପଟେ ତାଙ୍କୁ କାହିଁକି ଗିରଫ କରାଯାଇଛି ତାହା ଜାଣିନାହାଁନ୍ତି ବୋଲି କହିଛନ୍ତି ରାକେଶ । ଯଦି କୃଷକଙ୍କ ସମସ୍ୟାର ସମାଧାନ ନହୁଏ ତେବେ ଟପ୍ପଲରୁ ଲକ୍ଷ୍ନୌ ପର୍ଯ୍ୟନ୍ତ ଟ୍ରାକ୍ଟର ମାର୍ଚ୍ଚ ହେବ ବୋଲି ଟିକାୟତ ଚେତାବନୀ ଦେଇଛନ୍ତି । ସୂଚନାଯୋଗ୍ୟ କେନ୍ଦ୍ର ସରକାର ପୂର୍ବ ଚାଷୀ ଆନ୍ଦୋଳନ ବେଳେ ଏମଏସପି ଗ୍ୟାରେଣ୍ଟି ପାଇଁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଦୀର୍ଘବର୍ଷ ବିତିଯାଇଥିଲେ ବି ସରକାର ଏହାକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଛନ୍ତି । ଏମଏସପି ଓ ଅନ୍ୟାନ୍ୟ ଦାବି ନେଇ ପୁଣିଥିରେ କୃଷକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories