www.samajalive.in
Saturday, December 6, 2025
23.1 C
Bhubaneswar

ବାହାର ରାଜ୍ୟକୁ ଚାଲାଣ ହେଉଛି ଟ୍ରକ୍ ଟ୍ରକ୍ କପା, ଶାଗମାଛ ଦରରେ କିଣି ମାଲାମାଲ୍ ହେଉଛନ୍ତି ଦଲାଲ

ଗୁଣୁପୁର : ଆରମ୍ଭ ହେଲା ଅମଳ ଋତୁ । ହେଲେ ଏଯାଏଁ ଖୋଲିନି କପା ମଣ୍ଡି । ଏଭଳି ସ୍ଥିତିରେ ଅମଳ ସାରିଥିବା ଚାଷୀ ଏବେ କପା ବିକ୍ରି ନେଇ ଚିନ୍ତାରେ ପଡିଛନ୍ତି । ପ୍ରଶାସନ ଏଦିଗରେ ଧ୍ୟାନ ଦେଉନଥିବା ଅଭିଯୋଗ ହୋଇଛି। ଧଳା ସୁନାର ଅଞ୍ଚଳ ରୂପେ ପରିଚିତ ରାୟଗଡା ଜିଲା ଗୁଣପୁର ଅଞ୍ଚଳର ଚାଷୀ ଅଭିଯୋଗ କରିଛନ୍ତି । ଏପଟେ ଚାଷୀ କପା ସଂଗ୍ରହ କରି ଘରେ ରଖୁଛନ୍ତି  । ଘର ବାହାରେ ଗଛିତ ରଖିଛନ୍ତି କ୍ବିଣ୍ଟାଲ କ୍ବିଣ୍ଟାଲ କପା। ମଣ୍ଡି ଖୋଲି ନଥିବାରୁ  ଧାର କରଜ କରି ଚାଷ କରୁଥିବା ଚାଷୀକୁ ଟଙ୍କା  ଆବଶ୍ୟକ ପଡିଲେ ଶାଗମାଛ ଦରରେ ବେପାରୀକୁ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଅଞ୍ଚଳର କପାର ଚାହିଦା ବାହାର ରାଜ୍ୟରେ ବଢିଛି। ଟ୍ରକ ଟ୍ରକ୍ କପା ବାହାର ରାଜ୍ୟ ମହାରାଷ୍ଟ୍ର, ଆନ୍ଧ୍ରକୁ ଚାଲାଣ ହେଉଥିବା କହିଛନ୍ତି ଚାଷୀ। ମଣ୍ଡି ଖୋଲି ସିସିଆଇ କପା ନକିଣିବାରୁ ମାଲାମାଲ ହେଉଛନ୍ତି ଦଲାଲ୍ ଶାଗମାଛ ଦରରେ କିଣି ଚଢା ଦରରେ ବାହାର ରାଜ୍ୟରେ ବିକ୍ରି କରୁଥିବା ଅଭିଯୋଗ ରହିଛି। ସେପଟେ ଜିଲା ସ୍ତରରେ ପ୍ରକ୍ୟୁରମେଣ୍ଟ ବୈଠକ ସରିଛି ।

ଆରମ୍ଭ ହୋଇଯାଇଛି ଅମଳ ଋତୁ । ସେଥିପାଇଁ ତ ସକାଳ ପାଇଲେ କପା ତୋଳିବା ପାଇଁ ଲୋକ ବାଡରେ ପହଞ୍ଚିଛନ୍ତି  ।  କିଏ ଘରକୁ ଆଣିବା ପାଇଁ ବ୍ୟସ୍ତ ତ ଆଉ କିଏ କପା ଶୁଖାଇବାରେ ବ୍ୟସ୍ତ  । ଏପଟେ କପା ମଣ୍ଡି ଖାଲି ପଡିଛି । ଗତ ଦଶରୁ ପନ୍ଦର ଦିନ ହେଲା ଆରମ୍ଭ ହୋଇଯାଇଛି କପା ଅମଳ ହେଲେ ଏଯାଏଁ କପା ବିକ୍ରି ନେଇ ମଣ୍ଡି ଖୋଲା ଯାଇନଥିବା ଅଭିଯୋଗ କରିଛନ୍ତି ଚାଷୀ । ଏମିତି ସ୍ଥିତିରେ ଉତ୍ପାଦିତ କପାକୁ କେଉଁଠି ଆଉ କେମିତି ସାଇତି ରଖିବେ ଚାଷୀଙ୍କୁ ସେହି ଚିନ୍ତା ଘାରିଛି । ଧାର କରଜ କରି ଚାଷ କରୁଥିବା ଚାଷୀ ଉତ୍ପାଦିତ ଦ୍ରବ୍ୟକୁ ବିକ୍ରି ଋଣ ସୁଝିବା ନେଇ ଚିନ୍ତା କରୁଥିବା ବେଳେ ହେଲେ ଏ ଯାଏଁ କପା ମଣ୍ଡି ଖୋଲା ଯାଇନଥିବା ଚାଷୀ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଚାଷୀକୁ ଟଙ୍କା ଆବଶ୍ୟକ ପଡିଲେ ବେପାରୀକୁ ଶାଗମାଛ ଦରରେ ବିକ୍ରି କରୁଛନ୍ତି ।

- Advertisement -

ଗ୍ରାମାଞ୍ଚଳରେ ବେପାରୀ ବୁଲିବୁଲି ଚାଷୀଙ୍କଠାରୁ କମ୍ପ୍ୟୁଟର ମାପ ଯନ୍ତ୍ରରେ ଓଜନ ନକରି ଚାଷୀଙ୍କୁ ଠକି କାଠପଟା ନିକିତି ମାପଯନ୍ତ୍ରରେ ଓଜନ କରାଯାଉଛି। ଅତିଶୀଘ୍ର ସିସିଆଇ କପା ନେବା ପାଇଁ ଚାଷୀ ଦାବି କରିଛନ୍ତି। ଚଳିତ ବର୍ଷ ପାଗ ଅନୁକୁଳ ରହିଥିବାରୁ କପା ଚାଷ ଭଲ ହୋଇଥିଲା । ହେଲେ ଗଛରେ ଫଳ ଧରିବା ପରେ ରୋଗ ପୋକ ଲାଗି ପ୍ରଭାବିତ ହୋଇଥିଲା । ଆଉ ଯେତିକି ବଳକା ରହିଲା ସେଥିରୁ  ପ୍ରଥମ ଉତ୍ପାଦିତ ଫଳରୁ କପା ଆମଦାନୀ କରିବାକୁ ଚାଷୀ ସକ୍ଷମ ହୋଇଛି । କପା ଉତ୍ପାଦନର ଉତ୍କଷ୍ଟତା ପାଇଁ ସମଗ୍ର ରାଜ୍ୟରେ ଗୁଣପୁର ଧଳା ସୁନାର ଅଞ୍ଚଳ ରୂପେ ପରିଚିତ | ଗୁଣପୁର କୃଷି ଜିଲାରେ ପ୍ରାୟ ୨୭ ହଜାର ୪୩୬ ହେକଟର ଜମିରେ  କପା ଚାଷ ହୋଇଛି । ଚଳିତ ବର୍ଷ ସିସିଆଇ କ୍ବିଣ୍ଟାଲ ପିଛା କପାକୁ ୭୫୨୧ ଟଙ୍କାରେ କିଣିବା ନେଇ ଦର ଧାର୍ଯ୍ୟ ହୋଇଥିବା ନିୟନ୍ତ୍ରିତ ବଜାର କମିଟି ସଂମ୍ପାଦକଙ୍କ ପକ୍ଷରୁ ଜଣାପଡିଛି। ସିସିଆଇ କପା ଯଥାଶୀଘ୍ର କ୍ରୟ କରିବା ପାଇଁ ଚାଷି ଦାବି କରିଥିବାବେଳେ ଦଲାଲ୍ କବଳରୁ ଚାଷୀ କିଭଳି ମୁକୁଳିବେ ଏଦିଗରେ ପ୍ରଶାସନ ଦୃଷ୍ଟି ଦେବା ପାଇଁ ଆବଶ୍ୟକତା ରହିଛି।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories