www.samajalive.in
Sunday, December 7, 2025
23.1 C
Bhubaneswar

ଜାନୁୟାରୀ ୧୧ରେ ପ୍ରବାସୀ ଓଡ଼ିଆ ଦିବସ ପାଳନ କରିବ ଓ୍ବାର୍ଲ୍ଡ ଓଡ଼ିଶା ସୋସାଇଟି

ଭୁବନେଶ୍ବର : ୱାର୍ଲଡ଼ ଓଡ଼ିଶା ସୋସାଇଟି (ୱାଓସୋ) ଆସନ୍ତା ବର୍ଷ ଜାନୁୟାରୀ ମାସ ୧୧ ତାରିଖ ଦିନ ଭୁବନେଶ୍ବରଠାରେ ହାଇବ୍ରିଡ ଢଙ୍ଗରେ ପ୍ରବାସୀ ଓଡ଼ିଆ ଦିବସ ପାଳନ କରିବାକୁ ଯାଉଥିବା ଜଣାଯାଇଛି। ରାଜ୍ଯ ରାଜଧାନୀରେ ଜାନୁଆରୀ ୮ ରୁ ୧୦ ତାରିଖ, ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଥିବା ପ୍ରବାସୀ ଭାରତୀୟ ଦିବସ ଶେଷ ହେବା ପରଦିନ ୱାଓସୋ ଏହି ଭବ୍ୟ ଦିବସ ମହାସମାରୋହରେ ଆୟୋଜନ କରିବାକୁ ଯାଉଛି।

ୱାର୍ଲଡ଼ ଓଡ଼ିଶା ସୋସାଇଟିର ଚତୁର୍ଥ ପ୍ରତିଷ୍ଠା ଦିବସକୁ ପ୍ରବାସୀ ଓଡ଼ିଆ ଦିବସ ଭାବରେ ପାଳନ କରାଯିବାକୁଥିବା ଏହାର ଅଧ୍ୟକ୍ଷ କିଶୋର ଦ୍ଵିବେଦୀ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ପ୍ରବାସୀ ଓଡ଼ିଆ ଦିବସ ଉପଲକ୍ଷେ ଓଡ଼ିଶାର ଉତ୍କୃଷ୍ଟ କଳା, ଉନ୍ନତ ସଂସ୍କୃତି ଏବଂ ଉତ୍ତୁଙ୍ଗ ଐତିହ୍ୟକୁ ପ୍ରଦର୍ଶନ କରାଯିବା ଉଦ୍ଦେଶ୍ଯରେ ‘ଉତ୍କଳ ଉତ୍ସବ’ ନାମକ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚସ୍ଥ କରାଯିବ ବୋଲି ଦ୍ଵିବେଦୀ ସୂଚାଇଛନ୍ତି । ଦ୍ଵିବେଦୀଙ୍କର ସଭାପତିତ୍ବରେ ଆଭାସୀ ମଞ୍ଚରେ ଅନୁଷ୍ଠିତ ୱାଓସୋର ପଦାଧିକାରୀ ଓ କାର୍ଯ୍ୟକାରୀ କମିଟିର ମିଳିତ ବୈଠକରେ ପ୍ରବାସୀ ଓଡ଼ିଆ ଦିବସ ପାଳନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ବୃହତ ସମାବେଶରେ ସାରା ବିଶ୍ବରୁ ୱାର୍ଲଡ଼ ଓଡ଼ିଶା ସୋସାଇଟିର କର୍ମକର୍ତ୍ତା ଓ ସଦସ୍ୟଗଣ, ବିଶିଷ୍ଟ ପ୍ରବାସୀ ଓଡ଼ିଆ ଏବଂ ପୃଥିବୀର ବିଭିନ୍ନ ଦେଶରେ ବସବାସ  କରୁଥିବା ଓଡ଼ିଆ ସମାଜର ଛାମୁଆ ପ୍ରତିନିଧିବୃନ୍ଦ ଯୋଗଦେବାର ସମ୍ଭାବନା ରହିଛି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories