ଲାଞ୍ଜିଗଡ ସହ ରାୟଗଡା ଏବଂ କଳାହାଣ୍ଡିର ବିକାଶ ପାଇଁ ୨୫ ବର୍ଷରେ ୧୨୦୦ କୋଟି ଟଙ୍କା ଖର୍ଚ୍ଚ କରିବ ବେଦାନ୍ତ

ଭୁବନେଶ୍ୱର : ବେଦାନ୍ତ ବର୍ତ୍ତମାନର ଲାଞ୍ଜିଗଡ଼ ସ୍ଥାନୀୟ ଅଞ୍ଚଳ ଉନ୍ନୟନ ପାଣ୍ଠି (ଏଲପିଡିଏଏଫ୍) ଏବଂ ରାୟଗଡ଼ା ଓ କଳାହାଣ୍ଡିରେ ପ୍ରସ୍ତାବିତ ସିଜିମାଲି ସ୍ଥାନୀୟ ଅଞ୍ଚଳ ଉନ୍ନୟନ ପାଣ୍ଠି (ଏସପିଡିଏଏଫ୍)ମାଧ୍ୟମରେ ଆଗାମୀ ୨୫ ବର୍ଷ ମଧ୍ୟରେ ୧୨୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଛି ଏବଂ ଏହି ଅଞ୍ଚଳକୁ ଏକ ସମୃଦ୍ଧ ଅଞ୍ଚଳରେ ପରିଣତ କରିବା ପାଇଁ ଉଭୟ ଜିଲ୍ଲାର ଜନପ୍ରତିନିଧିଙ୍କୁ ଏସପିଭିରେ ଅନ୍ତର୍ଭୁକ୍ତ କରିଛି ।

prayash

ଖାଲି ସେତିକି ନୁହେଁ, ସିଜିମାଲି ବକ୍ସାଇଟ୍ ଖଣି ଓଡ଼ିଶାର ସରକାରୀ ରାଜକୋଷକୁ ବାର୍ଷିକ ୨୨୦୦ କୋଟି ଟଙ୍କାର ରାଜସ୍ୱ ପ୍ରଦାନ କରିବ । ଏଭଳି ବିପୁଳ ରାଜସ୍ୱ ଆଗାମୀ ୫୦ ବର୍ଷ ପାଇଁ ଓଡ଼ିଶାର ଭବିଷ୍ୟତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭିତ୍ତିଭୂମି ବିକାଶକୁ ସଶକ୍ତ କରିବ । ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ବ୍ୟାପକ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀରେ ରାଜ୍ୟ ସକ୍ଷମ ହୋଇପାରିବ । ଏହାବ୍ୟତୀତ ୧୫୦୦ରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ଧନ୍ଦାମୂଳକ ପ୍ରଶିକ୍ଷଣକେନ୍ଦ୍ର ଏବଂ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମର ଯୋଡ଼ି ଲୋକଙ୍କ ଜୀବନ ଏବଂ ସ୍ୱପ୍ନକୁ ବଦଳାଇଦେବ । ବିକାଶମୂଳକ ଅଭିଯାନରେ ସ୍ଥାନୀୟ ଅଦେିବାସୀଙ୍କ ଅଂଶଗ୍ରହଣ ସ୍ୱାସ୍ଥ୍ୟ, ଶିକ୍ଷା, ଜୀବିକା ଏବଂ ପରିବେଶ ସୂଚକାଙ୍କରେ ଏହି ଅଞ୍ଚଳର ସମଗ୍ର ଚିତ୍ରକୁ ବଦଳାଇ ଦେବ ।

ମୃତ୍ତିକା କ୍ଷୟକୁ ରୋକିବା ଏବଂ ଏହି ଅଞ୍ଚଳର ଉଦ୍ଭିଦ ଏବଂ ଜୀବଜନ୍ତୁଙ୍କ ରକ୍ଷଣାବେକ୍ଷଣ କରି ସମଗ୍ର ପରିବେଶ ବ୍ୟବସ୍ଥାକୁ ବଜାୟ ରଖିବ । ସିଜିମାଲି ବକ୍ସାଇଟ୍ ଖଣି କେବଳ ଏହି ଅଞ୍ଚଳରେ ନୁହେଁ ବରଂ ଦେଶରେ ଖଣି ଖନନର ସମଗ୍ର ପରିବେଶର ସୁରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଦାନ୍ତ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.