www.samajalive.in
Saturday, December 6, 2025
23.1 C
Bhubaneswar

କର୍ମଚାରୀଙ୍କୁ ମିଳିନାହିଁ ଦରମା ; ସଫେଇ କାର୍ଯ୍ୟ ବନ୍ଦ, ବିଭିନ୍ନ ସ୍ଥାନରେ ଅଳିଆ ଗଦା

ଗଞ୍ଜାମ : ଗଞ୍ଜାମ ବିଜ୍ଞାପିତ ଅଞ୍ଚଳରେ ବର୍ତମାନ ପରିମଳ ସେବା ବିପର୍ଯ୍ୟସ୍ତ ହୋଇ ପଡିଛି। ଫଳରେ ୧୨ଟି ୱାର୍ଡରେ ତିନି ଦିନ ହେଲାଣି ଅଳିଆ ପଡ଼ି ରହିଛି। ଯାହାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି। ପରିମଳ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ଦରମା ମିଳିନାହିଁ। ଯାହାକୁ ନେଇ କର୍ମଚାରୀ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଫଳରେ ସହର ସାରା ବର୍ତମାନ ଅଳିଆ ଗଦା ହୋଇଛି।
ବର୍ଷା ଦିନ ଯୋଗୁଁ ସେହି ଅଳିଆରେ ପାଣି ପଡିବା ଫଳରେ ଗନ୍ଧ ସୃଷ୍ଟି ହେଉଛି। ଯାହାକୁ ନେଇ ଲୋକମାନେ ଯାତାୟାତ ବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ବିଭିନ୍ନ ସାହି ଯଥା ରଘୁନାଥ ସାହି ମୁହଁରେ ଅଳିଆ ଗଦା ହୋଇଛି। ଓଡ଼ିଆ ଢମଣା ସାହି, ବଡ଼ ବଜାର, ସାନ ବଜାର, ତଥା ଅନ୍ୟାନ ସ୍ଥାନରେ ତିନି ଦିନ ହେଲା ଅଳିଆ ପଡ଼ିରହିଛି। ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ ହେଉଛି ।
ଏନେଇ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଯୋଗାଯୋଗ ବେଳେ ସେ କହିଛନ୍ତି , ପରିମଳ ସେବା ତିନି ଦିନ ହେଲା ବନ୍ଦ ରହିଛି। ସଫେଇ କର୍ମଚାରୀଙ୍କୁ ଏକ ମାସର ଦରମା ସଂସ୍ଥା ଦେଇନାହିଁ । ଏନେଇ ସେ ଜିଲ୍ଲା ପ୍ରଶାସନକୁ ଅବଗତ କରେଇଥିବା କହିଛନ୍ତି । ଏହାର ସମାଧାନ ଯଥା ଶୀଘ୍ର କରିବାକୁ ବିଭିନ୍ନ ମହଲରୁ ଦାବୀ ହେଉଛି।

କଟକରେ ଏକ ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories