www.samajalive.in
Friday, December 5, 2025
20.1 C
Bhubaneswar

ବିଶୁଦ୍ଧ ପାନୀୟ ଜଳ ଅପଚୟ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ବିଭିନ୍ନ ସ୍ଥାନରେ ବିଶୁଦ୍ଧ ପାନୀୟ ଜଳ ଅପଚୟ ହେଉଥିବା ଦେଖିବାକୁ ମିଳିଛି । ସଦର ମହକୁମାରର ନଦୀ ଆର ପାର୍ଶ୍ୱରେ ଥିବା ପମ୍ପ ହାଉସ ଠାରୁ ନଦୀ ଆର ପାର୍ଶ୍ୱକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରି ଆସୁଛି। ଉକ୍ତ ପାଇପ ଲାଇନ ଗୁଡିକ ବହୁ ପୁରୁଣା ହୋଇ ଯାଇଥିବା ଯୋଗୁଁ ବିଭିନ୍ନ ସ୍ଥାନରେ ପାଇପ ଗୁଡିକ କଣା ହେବା ସହ ଫାଟି ଯାଇଛି। ସେଥିରେ ସାଇକଲ ଟିୟୁ ଗୁଡାଇ ରଖିଥିବା ବେଳେ କେତେକ ସ୍ଥାନରେ ସିମେଣ୍ଟ ଜରି ପକାଇ ରଖି ଥିବା ଦେଖିବାକୁ ମିଳିଛି। ପୁରୁଣା ବସ ଷ୍ଟାଣ୍ଡ ଠାରୁ ଦାଣ୍ଡିଆ ସାହି ଦେଇ ଯାଇଥିବା ପାଇପ ଲାଇନଟି ଦାଣ୍ଡିଆ ସାହି ନିକଟରେ ପାଇପ ଫାଟି ବିଶୁଦ୍ଧ ପାନୀୟ ଜଳ ଅପଚୟ ହେଉଛି। ଉକ୍ତ ସ୍ଥାନରେ ପାଣି ଜମା ହୋଇ ରହିଥିବା ଦେଖିବାକୁ ମିଳିଛି। ଉକ୍ତ ପାଇପ ପାଣି ରାସ୍ତାରେ ଯାଉଥିବା ଯୋଗୁଁ ବିଦ୍ୟାଳୟକୁ ଯାଉଥିବା ଛାତ୍ରଛାତ୍ରୀ ଖସି କଚାଡି ପଡୁଥିବା ଦେଖିବାକୁ ମିଳିଛି। ବାଇକ ଗୁଡିକ ଖସି ପଡୁଥିବା ଅଭିଯୋଗ ହୋଉଇଛି। ବର୍ତ୍ତମାନ ବର୍ଷା ଦିନ ସ୍ଥାନେ ସ୍ଥାନେ ପାଣି ଜମା ହୋଇ ରହିଲେ ମଶାଙ୍କ ବୃଦ୍ଧି ହେଉଛି। ବର୍ତ୍ତମାନ ଅଞ୍ଚଳରେ ମେଲେରିଆ, ଟାଇଫଏଡ, ଡେଙ୍ଗୁ ହେବାର ଆଶଙ୍କା ରହିଛି। ତେଣୁ ଏହାକୁ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ମରାମତି କରିବା ପାଇଁ ସାଧାରଣରେ ଦାବି ହେଉଛି ।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories