www.samajalive.in
Sunday, December 7, 2025
26.1 C
Bhubaneswar

କଟକ ନର୍ସିଂହୋମ ଅଗ୍ନିକାଣ୍ଡ, ତଦାରଖ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଡେସ୍କ: କଟକ ପୁରୀଘାଟ ଥାନା ନିକଟସ୍ଥ ରାଧାରମଣ (ତ୍ରିଶା) ନର୍ସିଂହୋମର ୩ୟ ମହଲାରେ ଅଗ୍ନିକାଣ୍ଡ ଘଟିଛି। ସୂଚନା ଅନୁଯାୟୀ, ଆଇସିୟୁରେ ଥିବା ରୋଗୀମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଅଗ୍ନିଶମ ବିଭାଗ ଡିଜି ସୁଧାଂଶୁ ଷଡଙ୍ଗୀ କହିଛନ୍ତି, ପାଖାପାଖି ଆଇସିୟୁରେ ଥିବା ସମସ୍ତ ରୋଗୀଙ୍କୁ ଉଦ୍ଧାର କରାଯାଇ ସାରିଛି ଓ ଆମ୍ବୁଲାନ୍ସ ସହାୟତାରେ ଏସସିବି ସମେତ ଅନ୍ୟ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। କଟକ ଏସିପିଙ୍କ ସୂଚନା ଅନୁଯାୟୀ, ୮ ଜଣ ରୋଗୀଙ୍କୁ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଛି।

ଇତି ମଧ୍ୟରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ଏହି କାର୍ଯ୍ୟରେ ତୁରନ୍ତ ଉଦ୍ଧାର ପାଇଁ କଟକ ଜିଲ୍ଲାପାଳ, ଏସସିବି ଅଧିକ୍ଷକ ଓ ଏସିପିଙ୍କ ସହ ଯୋଗାଯୋଗରେ ରହିଛନ୍ତି। ତେବେ ଅଳ୍ପ କେତେଜଣ ଶିଶୁଙ୍କୁ ଶିଶୁ ଭବନ ପଠାଯାଇଥିବା ବେଳେ ଅନ୍ୟ ଶିଶୁମାନଙ୍କୁ ଅନ୍ୟତ୍ର ପଠାଇବା ପାଇଁ ବ୍ୟବସ୍ଥା କରାଯାଉଛି।

- Advertisement -

ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡ଼ିନଥିଲେ ମଧ୍ୟ ରୋଗୀ ସହାୟକଙ୍କ ସୂତ୍ରରୁ ଜଣାପଡିଛି ଯେ ହସପିଟାଲରୁ ଧୂଆଁ ବାହାରିବା ମାତ୍ରେ ବହୁତ ଜୋର ଶବ୍ଦ ହୋଇଥିଲା। ପ୍ରାଥମିକ ଆକଳନ ଅନୁଯାୟୀ, ଉଇଣ୍ଡୋ ଏସି କିମ୍ବା କୌଣସି ବିଦ୍ୟୁତ ଯନ୍ତ୍ରାଂଶ ଫାଟି ଯାଇଥିବା ଅନୁମାନ କରାଯାଉଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories