www.samajalive.in
Friday, December 5, 2025
16.1 C
Bhubaneswar

କଟକ ନର୍ସିଂହୋମ ଅଗ୍ନିକାଣ୍ଡ, ଆମ୍ବୁଲାନ୍ସ ଅପେକ୍ଷାରେ ରୋଗୀ

ଡେସ୍କ: କଟକ ପୁରୀଘାଟ ଥାନା ନିକଟସ୍ଥ ରାଧାରମଣ (ତ୍ରିଶା) ନର୍ସିଂହୋମର ୩ୟ ମହଲାରେ ଅଗ୍ନିକାଣ୍ଡ ଘଟିଛି। ସୂଚନା ଅନୁଯାୟୀ, ଆଇସିୟୁରେ ଥିବା ରୋଗୀମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲେ ମଧ୍ୟ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ଘଟୁଥିବାରୁ, ସମ୍ପୃକ୍ତ ରୋଗୀମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। କଟକ ଏସିପିଙ୍କ ସୂଚନା ଅନୁଯାୟୀ, ୮ ଜଣ ରୋଗୀଙ୍କୁ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଥିବା ବେଳେ ଅନ୍ୟମାନଙ୍କୁ ଏସସିବି ସମେତ ଅନ୍ୟ ଘରୋଇ ଡାକ୍ତରଖାନାକୁ ପଠାଯିବ।

ଅପରାହ୍ନ ୩.୩୦

- Advertisement -

ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡ଼ିନଥିଲେ ମଧ୍ୟ ରୋଗୀ ସହାୟକଙ୍କ ସୂତ୍ରରୁ ଜଣାପଡିଛି ଯେ ହସପିଟାଲରୁ ଧୂଆଁ ବାହାରିବା ମାତ୍ରେ ବହୁତ ଜୋର ଶବ୍ଦ ହୋଇଥିଲା। ପ୍ରାଥମିକ ଆକଳନ ଅନୁଯାୟୀ, ଉଇଣ୍ଡୋ ଏସି କିମ୍ବା କୌଣସି ବିଦ୍ୟୁତ ଯନ୍ତ୍ରାଂଶ ଫାଟି ଯାଇଥିବା ଅନୁମାନ କରାଯାଉଛି।

Hot this week

ରାତି ବଢିବା ସହ ବଢ଼ିଲାଣି ଭିଡ ,କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି

କଟକ :କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି । କିନ୍ତୁ ଆଜିଠୁ...

ସମ୍ପତ୍ତି ଆଗରେ ସମ୍ପର୍କ ତୁଛ , ମା ର ମୃତ ଦେହ ସତ୍କାର ନହୋଇ ପଡ଼ିରହିଛି

କୁଜଙ୍ଗ: କୁଜଙ୍ଗ ବ୍ଲକ ବିଶ୍ୱାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।...

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦,କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଭାରତ-ଦକ୍ଷିଣ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି...

୨ ଶିଶୁ ସହ ୧୫ ଦାଦନ ଶ୍ରମିକ ଉଦ୍ଧାର, ଫେରାର ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: ତୁରକେଲା ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୁରୁବାର...

Related Articles

Popular Categories