www.samajalive.in
Friday, December 5, 2025
26.1 C
Bhubaneswar

କଳାକନା ବୁଲାଇଲେ ଦୁର୍ବୃତ୍ତ; ଲୁଟି ନେଲେ ୧୮ ଭରି ସୁନାରୁପା ଅଳଙ୍କାର

ଗଞ୍ଜାମ : ଗଞ୍ଜାମର ଖଲ୍ଲିକୋଟରେ ଏକ ବଡ ଧରଣର ଲୁଟ୍‌ ହୋଇଥିବା ନେଇ ମଙ୍ଗଳବାର ଖବର ସାମ୍ନାକୁ ଆସିଛି । ଘରେ ପଶି କଳାକନା ବୁଲାଇଲେ ଲୁଟେରା । ଘର ଭିତରେ ପଶି ପ୍ରାୟ ୧୮ ଭରି ଅଳଙ୍କାର ଲୁଟ୍‌ କରିଛନ୍ତି ଦୁର୍ବୃତ୍ତ ।ଖଲ୍ଲିକୋଟ ଥାନା ମଥୁରା ଗାଁରେ ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଏହି ଲୁଟ୍‌ କରିଛନ୍ତି । ଘରର କବାଟ ତାଡି ଭିତରେ ପଶି ୬ ଭରି ରୁପା ଓ ୧୨ ଭରି ସୁନା ଲୁଟ୍‌ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଲୁଟ୍‌ ହୋଇଥିବା ଅଳଙ୍କାର ମୂଲ୍ୟ ପ୍ରାୟ ୭ ଲକ୍ଷ ଟଙ୍କା ହେବ । ଏହାସହ ନଗଦ ୫୦ ରୁ ୬୦ ହଜାର ଟଙ୍କା ମଧ୍ୟ ଲୁଟ୍‌ ହୋଇଛି। ଆକାଶ ତରାଇଙ୍କ ଘରୁ ଏହି ଚୋରି ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ସେ ବନ୍ଧୁ ଘରକୁ ଯାଇଥିବା ବେଳେ ବନ୍ଦ ଘର କବାଟ ତାଡି ଲୁଟେରା ଲୁଟ୍‌ କରିଛନ୍ତି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଭିଡିଓରେ ଦେଖନ୍ତୁ ମର୍ମନ୍ତୁଦ ଦୁର୍ଘଟଣା ; ଦ୍ରୁତ ଗତି ପାଇଁ..

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories