Patra electronics

ଭିଡିଓରେ ଦେଖନ୍ତୁ ମର୍ମନ୍ତୁଦ ଦୁର୍ଘଟଣା ; ଦ୍ରୁତ ଗତି ପାଇଁ..

ହାଇଦ୍ରାବାଦ : ତେଲେଙ୍ଗାନାର ଖମ୍ମାମରେ ହୋଇଥିବା ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାର ଭିଡିଓ ସିସିଟିଭିରେ କଏଦ ହୋଇଛି । ଯାହା ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି । ଦ୍ରୁତ ଗତିରେ ଗାଡି ଚାଳନା ପାଇଁ ଚାଲି ଯାଇଛି ୩ ଜଣଙ୍କ ଜୀବନ । ଦ୍ରୁତ ଗତିରେ ବାଇକ୍‌ ଚଲାଇବା ଦ୍ୱାରା ବାଇକ ଆରୋହୀଙ୍କ ସହ ୩ ଜଣଙ୍କ ମୃତ୍ୟୁ ଘଟିଛି । ବାଇକଟି ଖୁବ୍‌ ଜୋରରେ ଆସି ରାସ୍ତାରେ ଛିଡା ହୋଇଥିବା ଟ୍ରକକୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ସମୟର ସିସିଟିଭି ଫୁଟେଜ୍‌ ଦେଖି ଯେକେହି ଚକିତ ହେବା ସହ ଭୟଭୀତ କରିବ । ଏହି ଭୟଙ୍କର ଦୁର୍ଘଟଣାରେ ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଏହି ଛାତିଥରା ଦୁର୍ଘଟଣାର ସମସ୍ତ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।

ଭିଡିଓରେ ଦେଖିପାରିବେ, ଦ୍ରୁତ ଗତି କିଭଳି ଜୀବନ ନେଇଛି । ରାସ୍ତାରେ ଗୋଟିଏ ପରେ ଗୋଟିଏ ଗାଡି ଯାଉଛି । ରାସ୍ତା କଡରେ ଏକ ଟ୍ରକ ମଧ୍ୟ ଛିଡା ହୋଇଛି । ସେହି ସମୟରେ ଏକ ସ୍କୁଟି ସେଠାରେ ଅତିକ୍ରମ କରୁଛି । ପଛରୁ ଆଉ ଏକ ବାଇକ୍‌ ଆସୁଛି । ଏଥିରେ ୩ ଜଣ ବସିଥିବାର ନଜର ଆସୁଛନ୍ତି । ବାଇକଟି ଦ୍ରୁତ ଗତିରେ ଆସି ଅନିୟନ୍ତ୍ରିତ ହୋଇ ଟ୍ରକକୁ ପଛରୁ ଧକ୍କା ଦେଉଛି ।
ଖୁବ୍‌ ଜୋରରେ ଧକ୍କା ହେବା ପରେ ବାଇକରେ ଥିବା ୩ ଜଣ ଛିଟକି ପଡୁଛନ୍ତି । ଖବର ପାଇବା ମାତ୍ରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ୩ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରୁଛି । ମାତ୍ର ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାପଡିଛି । ଘଟଣାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

ଡେଙ୍ଗୁରୁ ଠିକ୍‌ ହେବା ପରେ ଏମିତି ନିଅନ୍ତୁ ସ୍ୱାସ୍ଥ୍ୟର ଯତ୍ନ : ଖାଆନ୍ତୁ ଏସବୁ..

Comments are closed.