କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତରେ ଥିବା ନିୟନ୍ତ୍ରିତ ବଜାର କମିଟି ୟାର୍ଡ ଠାରେ ସ୍ଥାନୀୟ ଲ୍ୟାମ୍ପ ସହାୟତାରେ ରାୟଗଡ଼ା ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ୨୦୨୪-୨୫ ଆର୍ଥିକ ବର୍ଷର ଖରିଫ ଚାଷର ଦୁଇଟି ମଣ୍ଡିରେ ୧୪୪୭ କୁଇଣ୍ଟାଲ ଧାନ କିଣାଯାଇଛି। ବୁଧବାର ଓ ଗୁରୁବାର ଦିନ ଶିକରପାଇ, ବୁଡ଼ାଗୁଡା, ନାରାୟଣପୁର, କରପା, ସେରିଗୁମ୍ମା ପଞ୍ଚାୟତର ଚାଷୀ ଧାନ ଅମଳ କରି ବୁଡ଼ାଗୁଡା ନିୟନ୍ତ୍ରିତ ବଜାର କମିଟି ୟାର୍ଡକୁ ନେବାପାଇଁ କୁହାଯାଉଛି। ଏଥିରେ ରାୟଗଡ଼ା ନିୟନ୍ତ୍ରିତ ବଜାର କମିଟି ସେକ୍ରେଟାରୀ କସ୍ତୁରୀ ସନ୍ୟାସୀ ରାଜୁ, ତହସିଲଦାର ରଞ୍ଜନ କୁମାର ମାନସେଠ, ଲ୍ୟାମ୍ପ ଏମ୍ ଡି ତାରିଣୀ ପ୍ରସାଦ ତ୍ରିପାଠୀ ଓ ଲ୍ୟାମ୍ପ କର୍ମଚାରି ଉପସ୍ଥିତିରେ ଶିକରପାଇ ଗ୍ରାମର ୧୫ ଜଣ ଚାଷୀଙ୍କ ଠାରୁ ୮୭୪ କୁଇଣ୍ଟାଲ ଧାନ ଓ ଦ୍ୱିତୀୟ ଦିନରେ ୭ ଜଣ ଚାଷୀଙ୍କ ଠାରୁ ୫୭୩ କୁଇଣ୍ଟାଲ ଧାନ କିଣି ମିଲରଙ୍କୁ ପ୍ରଦାନ କରିଥିଲେ ବୋଲି ଲ୍ୟାମ୍ପ ଏମ୍ ଡି ଶ୍ରୀ ତ୍ରିପାଠୀ କହିଛନ୍ତି।
Popular Categories



