www.samajalive.in
Wednesday, December 10, 2025
18.1 C
Bhubaneswar

ଛାତ୍ର ସଂସଦ ନିର୍ବାଚନକୁ ନେଇ ଆରୋପ-ପ୍ରତ୍ୟାରୋପ

ଭୁବନେଶ୍ବର : ଛାତ୍ର ସଂସଦ ନିର୍ବାଚନ ପାଇଁ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିବା ପରେ ରାଜନୈତିକ ଆରୋପ-ପ୍ରତ୍ୟାରୋପ ବଢିବାରେ ଲାଗିଛି। ଦୀର୍ଘଦିନ ପରେ ଛାତ୍ର ସଂସଦ ନିର୍ବାଚନ ପାଇଁ ବାଟ ଫିଟିଥିବାରୁ ଏହାକୁ ନେଇ ଛାତ୍ରଛାତ୍ରୀ ଉତ୍ସାହିତ ଅଛନ୍ତି। ପ୍ରାୟ ୬ ବର୍ଷ ପରେ ଆସନ୍ତା ଶିକ୍ଷାବର୍ଷରେ ପୁନର୍ବାର ନିର୍ବାଚନ ଅନୁଷ୍ଠିତ ହେବ।

ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟରେ ୨୦୧୭ରେ ଶେଷଥର ପାଇଁ ଛାତ୍ର ସଂସଦ ନିର୍ବାଚନ ହୋଇଥିଲା। ୨୦୧୭ରୁ ଏଯାବତ୍‌ ଆଉ ନିର୍ବାଚନ ରାଜ୍ୟରେ ହୋଇନି। ୨୦୧୮ରେ ‘ବାତ୍ୟା’ ତିତିଲି ପାଇଁ ନିର୍ବାଚନ ବନ୍ଦ କରାଯାଇଥିଲା। ୨୦୧୯ ରୁ ୨୦୨୩  ପର୍ଯ୍ୟନ୍ତ କ୍ୟାମ୍ପସ୍‌ରେ ଛାତ୍ର ସଂସଦ ନିର୍ବାଚନ କରାଯାଇନି। ତତ୍‌କାଳୀନ ବିଜେଡି ସରକାର ରାଜ୍ୟରେ ନିର୍ବାଚନ ବନ୍ଦ କରିଥିଲେ। ଏହାକୁ ଛାତ୍ର କଂଗ୍ରେସ, ଏବିଭିପି ସମେତ ଅନ୍ୟ ଛାତ୍ର ସଙ୍ଗଠନ ବିରୋଧ କରିଥିଲେ। ୨୦୨୪ରେ ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ ପୁନର୍ବାର ନିର୍ବାଚନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

- Advertisement -

ନିର୍ବାଚନ ବନ୍ଦ ଥିବାରୁ ଛାତ୍ର ନେତାଙ୍କର ଶିକ୍ଷାନୁଷ୍ଠାନ ପରିଚାଳନାରେ ପ୍ରତିନିଧିତ୍ବ ରହୁ ନଥିଲା।  ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ ଦୀର୍ଘ ଦିନ ଧରି ନିର୍ବାଚନ ପାଇଁ ଦାବି ହୋଇ ଆସୁଥିବାବେଳେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯାଇଥିଲା।

ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ କହିଛନ୍ତି, ଛାତ୍ର ସଂସଦ ନିର୍ବାଚନ ପାଇଁ କଂଗ୍ରେସ ସର୍ବଦା ଦାବି କରୁଥିଲା। ବିଜେପି ଯାହା କୁହେ ତାହା କରେନି। ୫ ବର୍ଷ ହେଲାଣି ବିଜେଡି ପରାଜୟ ଭୟରେ ନିର୍ବାଚନ ବନ୍ଦ କରିଥିବାବେଳେ ୨୦୨୪ରେ ସମାନ ଢାଞ୍ଚା ଆପଣାଇ ବିଜେପି ନିର୍ବାଚନ କଲାନି। ୨୦୨୫ରେ ନିର୍ବାଚନ ହେବ ବୋଲି ଘୋଷଣା କରାଯାଇଛି। ମାତ୍ର ତାହା କାର‌୍ୟ୍ୟକାରୀ କରା ନଗଲେ ଆନ୍ଦୋଳନ କରିବ କଂଗ୍ରେସ।

ଛାତ୍ର ବିଜେଡି ରାଜ୍ୟ ସଭାପତି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି ଯେ, ଆମେ ବର୍ଷତମାମ ଛାତ୍ରଛାତ୍ରୀଙ୍କ ସହ ଅଛୁ। ବିଗତ ଦିନରେ ୯୦ଧରୁ ଅଧିକ ଶିକ୍ଷାନୁଷ୍ଠାନରେ ଆମ ଦଳର ପ୍ରାର୍ଥୀ ବିଜୟୀ ହୋଇଥିଲେ। ଆମେ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛୁ। ମାତ୍ର ୨୦୨୪ରେ ପରାଜୟ ଭୟରେ ବିଜେପି ନିର୍ବାଚନ କଲାନି। ବିଜେପି ନାମ ଓ କାମ ପରିବର୍ତ୍ତନ ସରକାର। ସରକାର ‘ନୂଆ ଓ’ ଜରିଆରେ ବିଦ୍ୟାର୍ଥୀଙ୍କୁ ମିଳୁଥିବା ଆର୍ଥିକ ପ୍ରୋତ୍ସାହନ ବନ୍ଦ କଲା । ବିଜେପି ଏକ ଘୋଷଣା ସର୍ବସ୍ବ ସରକାର।

ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା କହିଛନ୍ତି ଯେ, ୬ ବର୍ଷ ପରେ ଛାତ୍ରଛାତ୍ରୀ ସେମାନଙ୍କର ଗଣତାନ୍ତ୍ରିକ ଅଧିକାର ପାଇବେ। ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ଅଧିକାର ଫେରାଇବା ପାଇଁ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ବିଜେଡି ଛାତ୍ରଛାତ୍ରୀଙ୍କ ମୌଳିକ ଅଧିକାର ଛଡ଼ାଇ ନେଇ ଛାତ୍ର ସମାଜ ସହ ପ୍ରତାରଣା କରିଥିଲା। ବିଜେପି ସରକାର କରିବା ପରେ ନିର୍ବାଚନ ପାଇଁ ପଥ ପରିଷ୍କାର କରିଛି। ଛାତ୍ର ସଂସଦ ନିର୍ବାଚନ କରାଇବା ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତିର ନିଦର୍ଶନ। ଏହାକୁ ସହ୍ୟ କରି ନପାରି ବିରୋଧୀ ଛାତ୍ର ସଙ୍ଗଠନ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories