Patra electronics

ଡେଙ୍ଗୁରୁ ଠିକ୍‌ ହେବା ପରେ ଏମିତି ନିଅନ୍ତୁ ସ୍ୱାସ୍ଥ୍ୟର ଯତ୍ନ : ଖାଆନ୍ତୁ ଏସବୁ..

ବର୍ଷା ଦିନେ ଡେଙ୍ଗୁ ରୋଗର ଭୟ ଅଧିକ ଥାଏ । ସମୟ ଅନୁଯାୟୀ ଏହାର ଚିକିତ୍ସା କରାନଗଲେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ଏହି ରୋଗରୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ରୋଗୀଙ୍କୁ ନିଜ ଖାଦ୍ୟରେ ଓ ଚିକିତ୍ସା ଉଭୟ ଦିଗରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପଡିଥାଏ । ଡେଙ୍ଗୁ ରୋଗରୁ ଠିକ୍‌ ହେବା ପରେ ଶରୀର ଉପରେ ଏହାର ପ୍ରଭାବ ଦେଖାଦେଇଥାଏ । ଡେଙ୍ଗୁରୁ ସୁସ୍ଥ ହେବା ପରେ କିଛି ଲୋକେ ଦୁର୍ବଳ ଅନୁଭବ କରିବା ସହ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହୋଇଥାଏ । ଡେଙ୍ଗୁ ରୋଗରୁ ଠିକ୍‌ ହେବା ପରେ ମଧ୍ୟ ଡାକ୍ତର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ୍‌ ରହିବା ପାଇଁ ପରାମର୍ଶ ଦେଇଥାଆନ୍ତି । ଜାଣନ୍ତୁ କେମିତି ନେବେ ସ୍ୱାସ୍ଥ୍ୟର ଯତ୍ନ..

ସ୍ୱାସ୍ଥ୍ୟକର ଓ ପୁଷ୍ଟିଯୁକ୍ତ ଡାଏଟ ଡେଙ୍ଗୁ ରୋଗରୁ ଶୀଘ୍ର ଭଲ ହେବାରେ ସହାୟକ ହୋଇଥାଏ । ଡେଙ୍ଗୁ ଠିକ୍‌ ହେବା ପରେ ଖାଦ୍ୟ ପେୟକୁ ନେଇ ଆଦୌ ଅବହେଳା କରନ୍ତୁ ନାହିଁ। ଡେଙ୍ଗୁ କାରଣରୁ ଶରୀର ଉପରେ ପଡିଥିବା ପ୍ରଭାବରୁ ହେଉଥିବା ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର ପାଇଁ ନିଜ ଖାଦ୍ୟରେ ପ୍ରୋଟିନ୍‌, ଆଇରନ, ଫାଇବର ଭଳି ପୋଷକ ତତ୍ତ୍ୱ ଭରପୁର ଖାଦ୍ୟ ଖାଇବା ଉଚିତ୍‌ । ସତେଜ ଫଳ, ପନିପରିବା ଓ କ୍ଷୀର ଦହି ସେବନ କରିବା ଉଚିତ୍‌। ଏହାଦ୍ୱାରା ଶରୀରକୁ ସଠିକ୍‌ ପୋଷକ ତତ୍ତ୍ୱ ମିଳିଥାଏ । ଡେଙ୍ଗୁ ପରେ ହେଉଥିବା ସମସ୍ୟା ମଧ୍ୟ ଦୂର ହୋଇଥାଏ।

ଭିଡିଓରେ ଦେଖନ୍ତୁ ; ଘରକୁ ପଶି ଆସିଲା ବାଘ, ତା’ପରେ ପୋଷାକ କୁକୁର..

କମଳା – ଡେଙ୍ଗୁ ଜ୍ୱର ଠିକ୍‌ ହେବା ପରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ନିୟମିତ କମଳା ଖାଆନ୍ତୁ। ଏଥିରେ ଭିଟାମିନ୍‌ ସି, ଆଣ୍ଟି-ଅକ୍ସିଡାଣ୍ଟ, ମିନେରାଲ୍ସ ରହିଛି । ଯାହା ଶରୀରକୁ ସୁସ୍ଥ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ ।

ଡେଙ୍ଗୁ ଜ୍ୱର ଠିକ୍‌ ହେବା ପରେ ଶରୀରକୁ ଥକ୍କାପଣ ଓ ଦୁର୍ବଳ ଅନୁଭବ ହୋଇଥାଏ । ନିୟମିତ କ୍ଷୀର ପିଅନ୍ତୁ । ଏଥିରେ ଥିବା ପୋଷକ ତତ୍ତ୍ୱ ଶରୀରକୁ ସୁସ୍ଥ ରଖିଥାଏ ।

୧୮ ବର୍ଷ ପରେ ସୂର୍ଯ୍ୟ-କେତୁ ହେବେ ଏକାଠି : ଏହି ରାଶିଙ୍କ ଚମକିବ ଭାଗ୍ୟ, ହଠାତ୍‌ ମିଳିବ ଧନ, ଚାକିରି..

ପାଣି ପ୍ରଚୁର ପରିମାଣରେ ପିଅନ୍ତୁ । ସତେଜ ଫଳ ରସ, ପଇଡ ପାଣି, ଲେମ୍ବୁ ପାଣି ଆଦି ପିଇବା ଦ୍ୱାରା ଖୁବ୍‌ ଲାଭ ମିଳିଥାଏ ।
ନିୟମିତ ସବୁଜ ପନିପରିବା ଖାଆନ୍ତୁ । ଛଣାଛଣି ଜିନିଷ ଆଦୌ ଖାଆନ୍ତୁ ନାହିଁ। ଅଧିକ ମସଲା ଯୁକ୍ତ ଖାଦ୍ୟ, କୋଲେଷ୍ଟେରୋଲ୍‌ ବୃଦ୍ଧି କରୁଥିବା ଖାଦ୍ୟ ଖାଆନ୍ତୁ ନାହିଁ । ନିଶାଦ୍ରବ୍ୟ ମଧ୍ୟ ସେବନ କରନ୍ତୁ ନାହିଁ।

courtesy : istock

ଅଣ୍ଡା – ଡେଙ୍ଗୁରୁ ଠିକ୍‌ ହେବା ପରେ ନିଜ ଖାଦ୍ୟରେ ଅଣ୍ଡା ସାମିଲ କରନ୍ତୁ । ଅଣ୍ଡାରେ ପ୍ରୋଟିନ୍‌ ଓ ଆଇରନ ପ୍ରଚୁର ମାତ୍ରାରେ ରହିଛି । ଯାହା ଖୁବ୍‌ ଉପକାରୀ । ଏହାସହ ଅଣ୍ଡାରୁ କ୍ୟାଲସିୟମ, ଭିଟାମିନ୍‌ ବି, ପୋଟାସିୟମ ମଧ୍ୟ ମିଳିଥାଏ । ଏହାର ସେବନ ଦ୍ୱାରା ଦୁର୍ବଳ ଅନୁଭବ ହୋଇନଥାଏ ।

ଖାଉ ନାହାଁନ୍ତି ତ ନକଲି ଅଟା? ମାତ୍ର ୫ ସେକେଣ୍ଡରେ ଜାଣନ୍ତୁ ଅଟା ଅସଲି କି ନକଲି..

 

Comments are closed.