www.samajalive.in
Sunday, December 7, 2025
26.1 C
Bhubaneswar

ଭିଡିଓରେ ଦେଖନ୍ତୁ ; ଘରକୁ ପଶି ଆସିଲା ବାଘ, ତା’ପରେ ପୋଷାକ କୁକୁର..

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ନୈନିତାଲରେ ଏକ ଘରର ଛାତ ଉପରେ ପହଞ୍ଚିଥିବା କଲରାପତରିଆ ବାଘ ଓ ୩ଟି ସାହସୀ ପୋଷା କୁକୁରର ଭିଡିଓ ସିସିଟିଭିରେ କଏଦ ହୋଇଛି । ୩ କୁକୁର କିଭଳି ବାଘକୁ ସେଠାରୁ ତଡି ଦେଉଛନ୍ତି, ତାହା କ୍ୟାମେରାରେ କଏଦ ହୋଇଛି । ଏହି ଫୁଟେଜ୍‌ ଘରର ମାଲିକଙ୍କ ସହ ଅଞ୍ଚଳର ବାସିନ୍ଦାଙ୍କୁ କାବା କରି ଦେଇଛି। ସେମାନଙ୍କର ବିଶ୍ୱସ୍ତ କୁକୁରଙ୍କ ଅସାଧାରଣ ସାହସ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି । ଘଟଣାର ଭିଡିଓ ୩୧ ଜୁଲାଇରେ ଏକ୍ସରେ ଶେୟାର କରାଯାଇଛି ।
ଭିଡିଓର ଆରମ୍ଭ ଘରର କବାଟ କଡରେ ଆରାମ କରୁଥିବା ଗୋଟିଏ କୁକୁରରୁ ହୋଇଛି । ଏଭଳି ମନେ ହେଉଛି, ଯେପରି ବାଘକୁ ଦେଖି କୁକୁର ହଠାତ୍‌ ଚମକି ପଡୁଛି । ଏହାପରେ କୁକୁର ବାଘ ଉପରକୁ ଆକ୍ରମଣ କରିବାକୁ ଆଗକୁ ବଢିବାକୁ ଚେଷ୍ଟା କରୁଛି । କିଛି କ୍ଷଣ ମଧ୍ୟରେ ବାଘ କୁୁକୁର ଉପରକୁ ଆକ୍ରମଣ କରିବାକୁ ଆଗକୁ ବଢୁଥିବା ଦେଖାଯାଉଛି।


ମାତ୍ର ଆଉ ୨ କୁକୁର ବାଘ ସାମ୍ନାକୁ ଆସିବା ପରେ ବାଘ ଭୟଭୀତ ହୋଇଛି। ସେ ସେଠାରୁ ଖସି ପଳାଇବାକୁ ଚେଷ୍ଟା କଲା। ମାତ୍ର ବାଘ ପୁଣି ଥରେ ଫେରି ଆସୁଛି । ଏହାପରେ କୁକୁରକୁ ଏକାଠି ହୋଇଥିବା ଦେଖି ଗେଟ୍‌ ବାହାରକୁ ପଳାଉଛି । ଏହି ସମୟରେ ଘର ଭିତରୁ ଜଣେ ବାହାରକୁ ଆସୁଛନ୍ତି, ବାଘ ପଳାଇଛି କି ନାହିଁ ଦେଖିବା ପାଇଁ । ଶେୟାର କରାଯିବା ପରେ ଭିଡିଓକୁ ଅନେକ ଲୋକେ ଦେଖି ପସନ୍ଦ କରିଛନ୍ତି।

୧୮ ବର୍ଷ ପରେ ସୂର୍ଯ୍ୟ-କେତୁ ହେବେ ଏକାଠି : ଏହି ରାଶିଙ୍କ ଚମକିବ ଭାଗ୍ୟ, ହଠାତ୍‌ ମିଳିବ ଧନ, ଚାକିରି..

- Advertisement -


ଏଭଳି ଆଉ ଏକ ଘଟଣା ଚଳିତ ବର୍ଷ ଜୁନ୍‌ ମାସରେ ମହାରାଷ୍ଟ୍ରରେ ଅହମଦନଗରରେ ହୋଇଥିଲା । ଏଠାରେ ଏକ କଲରାପତରିଆ ବାଘ ଘର ସାମ୍ନାକୁ ପଶି ଆସିଥିଲା । ଯାହାକୁ ଏକ କୁକୁର ଡରାଇ ଦେଇଥିଲା । ଏହି ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଥିଲା । ଯାହା ଖୁବ୍‌ ଭାଇରାଲ ହୋଇଥିଲା।
ଅନ୍ୟ ଏକ ଘଟଣା ଜାନୁଆରୀରେ କର୍ଣ୍ଣାଟକର ରାମନଗରରେ ଏକ କଲାରାପତରିଆ ବାଘ ପୋଷାକ କୁକୁର ଉପରେ ଆକ୍ରମଣ କରିଥିଲା । ଯାହା କ୍ୟାମେରାରରେ କଏଦ ହୋଇଥିଲା । ମାତ୍ର କୁୁକୁରର ଆକ୍ରମଣ ପରେ ବାଘ ସେଠାରୁ ଖସି ପଳାଇ ଥିଲା।

 

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories