www.samajalive.in
Tuesday, December 9, 2025
15.1 C
Bhubaneswar

ସୁପ୍ରିମକୋର୍ଟ ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ ଜୋୟମାଲ୍ୟା ବାଗଚୀ

ଡେସ୍କ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ସୋମବାର କଲିକତା ହାଇକୋର୍ଟର ବିଚାରପତି ଜଷ୍ଟିସ ଜୋୟମାଲ୍ୟା ବାଗଚୀଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ପାଠ କରାଇଛନ୍ତି। ଅନ୍ୟ ବିଚାରପତିଙ୍କ ଉପସ୍ଥିତିରେ ସୁପ୍ରିମକୋର୍ଟ ପରିସରରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସୁପ୍ରିମକୋର୍ଟରେ ମୋଟ ୩୪ଟି ମଞ୍ଜୁରୀପ୍ରାପ୍ତ ବିଚାରପତି ପଦବୀ ଥିବାବେଳେ ଜଷ୍ଟିସ ବାଗଚୀଙ୍କ ନିଯୁକ୍ତି ପରେ ବିଚାରପତି ସଂଖ୍ୟା ୩୩କୁ ବୃଦ୍ଧି ପାଇଛି। ସେ ୬ ବର୍ଷରୁ ଅଧିକ ସମୟ ଧରି ସର୍ବୋଚ୍ଚ ନ୍ୟାୟାଳୟରେ କାର୍ଯ୍ୟ କରିବେ ଏବଂ ଏହି ସମୟରେ ସେ ଭାରତର ପ୍ରଧାନ ବିଚାରପତି ଭାବରେ ମଧ୍ୟ ଦାୟିତ୍ୱ ଗ୍ରହଣ କରିବେ ବୋଲି ଆଶା କରାଯାଉଛି।

ଗତ ମାର୍ଚ୍ଚ ୬ ତାରିଖରେ କଲେଜିୟମ ଜଷ୍ଟିସ ବାଗଚୀଙ୍କୁ ପଦୋନ୍ନତି ପାଇଁ ସୁପାରିସ କରିଥିଲା। ୨୦୧୩ ଜୁଲାଇ ୧୮ ତାରିଖରେ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ଅଲତମାସ କବୀର ଅବସର ନେବା ପରେ କଲିକତାସ୍ଥିତ ହାଇକୋର୍ଟରୁ ଭାରତର କୌଣସି ପ୍ରଧାନ ବିଚାରପତି ନାହାନ୍ତି ବୋଲି କଲେଜିୟମ ବିଚାର କରିଥିଲା।

- Advertisement -

୨୦୩୧ ମେ’ ୨୫ରେ ଜଷ୍ଟିସ୍ କେଭି ବିଶ୍ୱନାଥନ ଅବସର ନେବା ପରେ ଜଷ୍ଟିସ୍ ଜୋୟମାଲ୍ୟା ବାଗଚୀ ୨୦୩୧ ଅକ୍ଟୋବର ୨ ତାରିଖରେ ଅବସର ନେବା ପର୍ଯ୍ୟନ୍ତ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ତୁଲାଇ ପାରନ୍ତି। ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଜଷ୍ଟିସ୍ ଜୋୟମାଲ୍ୟା ବାଗଚୀଙ୍କ କାର୍ଯ୍ୟକାଳ ୬ ବର୍ଷରୁ ଅଧିକ ହେବ।

କଲେଜିୟମ୍ ଏହା ମଧ୍ୟ ବିଚାରକୁ ନେଇଛି ଯେ, ବର୍ତ୍ତମାନ ସୁପ୍ରିମକୋର୍ଟର ଖଣ୍ଡପୀଠରେ କଲିକତା ହାଇକୋର୍ଟର କେବଳ ଜଣେ ବିଚାରପତି ପ୍ରତିନିଧିତ୍ୱ କରୁଛନ୍ତି। ମୁଖ୍ୟ ବିଚାରପତିଙ୍କ ସମେତ ହାଇକୋର୍ଟ ବିଚାରପତିଙ୍କ ମିଳିତ ସର୍ବଭାରତୀୟ ବରିଷ୍ଠତାରେ ଜଷ୍ଟିସ୍ ଜୋୟମାଲ୍ୟା ବାଗଚୀ ୧୧ ନମ୍ବର ସ୍ଥାନରେ ରହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories