www.samajalive.in
Sunday, December 14, 2025
14.1 C
Bhubaneswar

ଚାନ୍ଦା ଆଦାୟକୁ ନେଇ ସଂଘବଧ ଆକ୍ରମଣ, ୮ ଦିନ ପରେ ବି ଗିରଫ ହେଲେନି ଅଭିଯୁକ୍ତ

କେଶଦୁରାପାଳ : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବିଦ୍ୟାଧରପୁର ବଜାରରେ ଚାନ୍ଦା ଆଦାୟକୁ କେନ୍ଦ୍ର କରି ବିଦ୍ୟାଧରପୁର ଗ୍ରାମର ଜଣେ ଗାଡି ଚାଳକ ଓ ତାଙ୍କ ପରିବାର ଲୋକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି । ଘଟଣାକୁ ନେଇ ସୋସୋ ଥାନାରେ  ଆହତ ପିତାମ୍ବର ଯେନା ଏକ ଲିଖିତ ଅଭିଯୋଗ କରିଥିଲେ । ପରେ ପୋଲିସ କେସ ନଂ ୪୯ / ୨୦୨୫ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ  ଅଭିଯୁକ୍ତଙ୍କୁ ଗିରଫ କରାଯାଉ ନଥିବାରୁ ଅଭିଯାଗକାରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାୟୀ ବିଦ୍ୟାଧରପୁର ଗ୍ରାମର ପିତାମ୍ବର ଯେନା ଜଣେ ଗାଡି ଚାଳକ ଗତ ୧୧ତାରିଖ ଦିନ ମଧ୍ୟାହ୍ନରେ ଟ୍ରକ୍ ଧରି ଯାଉଥିବା ସମୟରେ ଲୋକ ଗହଳି ଥିବା  ଯୋଗୁଁ ହର୍ଣ୍ଣ  ବଜାଇଥିଲେ । ଠିକ ଏହି ସମୟରେ ସ୍ଥାନୀୟ ଠାକୁରପାଟଣା ଗ୍ରାମର ଚିନ୍ତାମଣି ପାତ୍ର ନାମକ ଜଣେ ବ୍ୟକ୍ତି ଆସି ପିତାମ୍ବରଙ୍କୁ କାହିଁକି ହର୍ଣ୍ଣ ମାରିଲୁ ବେ ବୋଲି କହି ଅସଭ୍ୟ ଭାଷାରେ ଗାଳି କରିଥିଲା ।  ଭିଡ଼ ଥିବାରୁ ହର୍ଣ୍ଣ ମାରିଲି ଅସୁବିଧା କେଉଁଠି ରହିଲା ? ବୋଲି କହିବାରୁ ସେ ପିତାମ୍ବରକୁ ଗାଡିରୁ ଘୋଷାରି ଆଣି ଜାତିଆଣ ଆପେକ୍ଷ କରି କରି ଗାଳି ଗୁଲଜ କରିବା ସ‌ହିତ ପିତାମ୍ବରଙ୍କୁ ମାଡ଼ ମାରିଲେ ।

ପରେ ଗାଡି ନେଇ ଟିକେ ଦୂରରେ ରଖିବା ପରେ ଚିନ୍ତାମଣି ପାତ୍ର, ମାନସ ପାତ୍ର, ଶତ୍ରୁଘ୍ନ ପାତ୍ର, ଶୁଭେନ୍ଦୁ ପାତ୍ରଙ୍କ ସମେତ ତାଙ୍କ ପରିବାର ଲୋକେ ଆସି ପିତାମ୍ବରକୁ  ପୁନର୍ବାର ଲୁହା ଛଡ଼ ଏବଂ ଧାରୁଆ ଅସ୍ତ୍ରରେ  ଆକ୍ରମଣ କରି ଜୀବନରେ ମାରିଦେବାକୁ ଉଦ୍ୟମ କରିଥିଲେ । ପିତାମ୍ବରର ପାଟି ଶୁଣି ନିକଟରେ ମେଳା ଦେଖିବାକୁ ଆସିଥିବା ତାଙ୍କ ଭାଇ ଉତ୍ତମ ଯେନା ଓ ପୁତୁରା ନୀଳୀଞ୍ଚଳ ଯେନା ଦୌଡି ଆସିବାରୁ ସେମାନଙ୍କୁ ମଧ୍ୟ ଆକ୍ରମଣ କରି  ଗୁରୁତର କରିଥିଲେ । ପରେ  ପରିବାରଲୋକେ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଡାକ୍ତରଖାନା ନେଇଥିଲେ । ଏନେଇ ପିତାମ୍ବର ସୋସୋ ଥାନାରେ ଅଭିଯୋଗ କରିବା ପରେ ସୋସୋ ପୋଲିସ କେସ୍ ନଂ ୪୯ /୨୦୨୫ରେ ବିଭିନ୍ନ ଦଫାରେ ୧୦ଜଣଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି । ଆଜି ପର୍ଯ୍ୟନ୍ତ ଅଭିଯୁକ୍ତମାନେ ଗିରଫ ହୋଇନଥିବା ବେଳେ ସେମାନେ ଭୟଭୀତ ଅବସ୍ଥାରେ ଅଛନ୍ତି ବୋଲି ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିମାନେ ଅଭିଯୋଗ କରିଛନ୍ତି । ଯଦି ପୋଲିସ ଟାଳଟୁଳ ନୀତି ଅବଲମ୍ବନ କରେ ତେବେ ଆମ୍ଭେ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଟରେ ଗୁହାରୀ କରିବାରୁ ଯିବୁ ବୋଲି ପିତାମ୍ବର କହିଛନ୍ତି। ଏ ସମ୍ପର୍କରେ ସୋସୋ ଥାନା ଆଇଆଇସିଙ୍କୁ ପଚାରିବାରୁ ଆନନ୍ଦପୁର ଏଡିପିଓ ପ୍ରଶାନ୍ତ କୁମାର ବେହେରା ଘଟଣାର ତଦନ୍ତ କରୁଛନ୍ତି ବୋଲି କହିଛନ୍ତି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories