ସମାଜ ଡିଜିଟାଲ ଡେସ୍କ: ବଡ଼ ବଡ଼ ସେଲିବ୍ରିଟି ଏବଂ କ୍ରିକେଟରଙ୍କ ଡୁପ୍ଲିକେଟ ବା ନକଲ କରି ଅନେକ ବ୍ୟକ୍ତି ଚର୍ଚ୍ଚାକୁ ଆସିଛନ୍ତି। ସଚିନ ତେନ୍ଦୁଲକର, ଶିଖର ଧୱନ, ଅଲ୍ଲୁ ଅର୍ଜୁନ ବା ପୁଷ୍ପା ଚରିତ୍ରର ଡୁପ୍ଲିକେଟ ଅର୍ଥାତ ନକଲ କରି ଅନେକ ସାଧାରଣ ଲୋକ ପ୍ରଶଂସା ସାଉଁଟିଛନ୍ତି। ଏବେ ଏଲନ ମସ୍କଙ୍କ ନକଲ କରି ଚର୍ଚ୍ଚାକୁ ଆସିଛନ୍ତି ଆଉ ଜଣେ ବ୍ୟକ୍ତି। ଏହି ବ୍ୟକ୍ତି ଜଣକ ପାକିସ୍ତାନରେ ଏକ ରେଷ୍ଟୁରାଣ୍ଟରେ ନିଜ ସାଙ୍ଗମାନଙ୍କ ସହିତ ବିରିୟାନୀ ଖାଉଥିବା ନଜର ଆସିଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କ ଭିଡିଓ ଏବଂ ଫଟୋ ବେଶ୍ ଭାଇରାଲ ହେବାରେ ଲାଗିଛି। ସେ ଦେଖିବାକୁ ଏଲନ ମସ୍କଙ୍କ ପରି, ଯାହାକୁ ନେଇ ଲୋକେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଛନ୍ତି। ସାଙ୍ଗମାନେ ବି ତାଙ୍କୁ ଏଲନ ମସ୍କ ବୋଲି ଡାକୁଛନ୍ତି। କେହି କେହି ତାଙ୍କୁ ମସ୍କ ୨.୦ ବି ଡାକୁଛନ୍ତି। ତାଙ୍କ ପ୍ରକୃତ ନାମ ଖାନ ୟୁସୁଫଜାଇ। କିନ୍ତୁ ଲୋକେ ଏଲନ ମସ୍କ ଖାନ ୟୁସୁଫଜାଇ ନାମରେ ତାଙ୍କୁ ସମ୍ବୋଧନ କରୁଛନ୍ତି।
ଏହା ପୂର୍ବରୁ ପାକିସ୍ତାନରେ ସଲୀମ ବଗ୍ଗା ନାମକ ଜଣେ ବ୍ୟକ୍ତିଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ଯିଏ ଦେଖିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରି। ତାଙ୍କୁ ଲୋକମାନେ ଟ୍ରମ୍ପ ୨.୦ ନାମରେ ଡାକିଥିଲେ।