www.samajalive.in
Monday, November 17, 2025
17.1 C
Bhubaneswar

ଡାକ୍ତରଖାନାରେ ପ୍ରେମିକାର ଶବ ଛାଡି ଚାଲିଗଲା ପ୍ରେମିକ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗର୍ଭବତୀ ଯୁବତୀଙ୍କ ଶବ ଛାଡି ଯୁବକ ଫେରାର ଘଟଣା ସହରରେ ଆଲୋଡନ ସୃଷ୍ଟି କରିଛି । ମୃତ ଯୁବତୀ ଜଣକ ସେରଙ୍ଗ ଥାନା ଅନ୍ତର୍ଗତ ଅଞ୍ଜିଡା ଗ୍ରାମର ପ୍ରମିଳା ଶବର (୨୩) ବର୍ଷ ବୋଲି ଜଣାପଡିଛି । ଯେଉଁ ବ୍ୟକ୍ତି ଜଣକ ପ୍ରମିଳାର ଶବକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚାଇଥିଲା ତାର ପରିଚୟ ଅମ୍ବାଝରୀ ଗ୍ରାମର ଡିଏଲ୍ ଗମାଙ୍ଗ ।

ଉକ୍ତ ବ୍ୟକ୍ତି ଜଣକ ମଧ୍ୟରାତ୍ର୧୨  ଘଣ୍ଟା ସମୟରେ ପ୍ରମିଳାର ଶବ ଚିକିତ୍ସାଳୟରେ ପହଞ୍ଚାଇ ମୃତ ପ୍ରମିଳାର ପରିବାର ବର୍ଗ ଓ ଜଣେ ବାନ୍ଧବିକୁ ସୂଚନା ଦେଇ ଫେରାର ହୋଇଯାଇଥିଲେ । ଘଟଣା ବିଷୟରେ ପ୍ରମିଳାର ପରିବାର ବର୍ଗ ପାରଳାଖେମୁଣ୍ଡି ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଛି । ତେବେ ପ୍ରମିଳା ସହ ଡିଏଲ୍ ଗମାଙ୍ଗ ଦୀର୍ଘ ଦିନରୁ ଲିଭ୍ ଇନ୍ ସମ୍ପର୍କରେ ରହିଥିଲେ ।

- Advertisement -

ସୂଚନା ଅନୁସାରେ ମୃତ ପ୍ରମିଳା ଗର୍ଭବତୀ ହେବା ପରେ ଡିଏଲ୍ ଗମାଙ୍ଗ ଗର୍ଭ ନଷ୍ଟ କରିବା ପାଇଁ ମାତ୍ରାଧିକ ଔଷଧ ଦେଇଥିଲେ । ଯାହାର ଫଳ ସ୍ବରୂପ ପ୍ରମିଳାଙ୍କ ମୃତ୍ୟୁ ହୋଇଥିବା ପୋଲିସ୍ ସନ୍ଦେହ କରୁଛି । ମୃତ ପ୍ରମିଳା ପାରଳାଖେମୁଣ୍ଡିରେ ରହି ସିଲେଇ ଶିଖୁଥିଲେ ଏବଂ ଜଣେ ମହିଳା ବନ୍ଧୁଙ୍କ ସହ ରହୁଥିଲେ । ତେବେ ଫେରାର ହୋଇଥିବା ଡିଏଲ୍ ଗମାଙ୍ଗ କେବେ ଆସିଲା ଓ କିପରି ଏହି କାଣ୍ଡ ଭିଆଇଲା ତାକୁ ନେଇ ପୋଲିସ୍ ତଦନ୍ତ ଆରମ୍ଭ କରିଛି । ସେପଟେ ପ୍ରମିଳାଙ୍କର ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ଶବ ପୋଲିସ ହସ୍ତାନ୍ତର କରିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରମିଳାଙ୍କ ମୃତ୍ୟୁର କାରଣ ଜଣାପଡିବ ବୋଲି ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ ଭୂପତି କହିଛନ୍ତି ।

Hot this week

ନ୍ୟାୟପାଳିକା, ପ୍ରେସ୍‌ ପ୍ରତି ଜନବିଶ୍ବାସ ରହିଛି : ମାଲବ୍ୟ

ଭୁବନେଶ୍ୱର: ଏବେ ଖବରର ରୁଚି ବଦଳିଛି। ଲୋକ ଯାହା ଚାହୁଁଛନ୍ତି ତାହା...

ଆଜି ସରକାର ଗଠନ ଦାବି କରିବେ ନୀତୀଶ !

ପାଟନା: ବିହାର ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସର୍ବାଧିକ ୨୦୨ ଆସନରେ...

ରାମାୟଣ ମଞ୍ଚରେ ‘ସୀତା’ଙ୍କୁ ଉଲଗ୍ନ: ସୀମା ଟପିଲା ଅଶ୍ଲୀଳତା, ଭକ୍ତିଭାବନା ପ୍ରତି କୁଠାରଘାତ

ଦିଗପହଣ୍ଡି: ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି ରାମାୟଣ ନାଟକର ସୀତା ହରଣର...

୩ କି.ମି ପାହାଡ଼ ଚଢ଼ି ଦୁଃଖ ବୁଝିଲେ ବିଡିଓ

ନନ୍ଦାହାଣ୍ଡି: ଦୁର୍ଗମ ଅଞ୍ଚଳବାସିନ୍ଦା ସରକାରୀ ସୁବିଧାସୁଯୋଗରୁ ଯେପରି ବଞ୍ଚିତ ନହୁଅନ୍ତି ତାହାକୁ...

ଅସରନ୍ତି ଦୁଃଖର ଅନ୍ଧାରି ଉପତ୍ୟକା ତେଣ୍ଡା

କପ୍ତିପଦା: ଆକାଶର ଆଉଟା କିରଣ ପଡ଼ିଲେ ତରତର ହୁଏ ତେଣ୍ଡା। ଅନ୍ଧାରର...

Related Articles

Popular Categories