www.samajalive.in
Sunday, December 14, 2025
19.1 C
Bhubaneswar

ପୂଜା କରୁଥିବା ବେଳେ ବଜ୍ରାଘାତରେ ପୂଜକଙ୍କ ମୃତ୍ୟୁ

ସିମୁଳିଆ – କଳାଶୁଣି ଅଞ୍ଚଳରେ ଜଣଙ୍କ ଘରେ ପୂଜା କରୁଥିବା ବେଳେ ବଜ୍ରପାତ ଯୋଗୁଁ ପୂଜକଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ସିମୁଳିଆ ଥାନା ଅନ୍ତର୍ଗତ ମଇତାପୁର ପଂଚାୟତର ରାମବିନ୍ଧା ଗ୍ରାମର ପଦ୍ମଲୋଚନ ଦାଶଙ୍କ ପୁଅ ସୁରେନ୍ଦ୍ର ଦାଶ(୨୪)ବର୍ଷ ଈଶ୍ବରପୁର ପଞ୍ଚାୟତର କଳାଶୁଣିରେ ଗୀତା ଯଂଜ୍ଞ ପୂଜା କରୁଥିବା ସମୟରେ ମାଇକ୍ରୋଫୋନ ଧରି ପୂଜା କରୁଥିଲେ ।

ହଠାତ ବ୍ରଜ୍ରାପାତ ହୋଇଥିଲା । ଫଳରେ ମାଇକ୍ରୋ ଫୋନ ଚାର୍ଜ ହୋଇଯାଇଥିଲା। ପୂଜକ ସୁରେନ୍ଦ୍ର ସେହିଠାରେ ଟଳି ପଡି ଥିଲେ । ସଙ୍ଗେ ସଙ୍ଗେ ଗ୍ରାମବାସୀଙ୍କ ସହାୟତାରେ କାର ଯୋଗେ ଭଦ୍ରକ ମେଡିକାଲକୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ଦେହାନ୍ତ ଖବର ସାରା ମଇତାପୁର ଅଞ୍ଚଳରେ ମଧ୍ୟ ଶୋକର ଛାୟା ଖେଳିଯାଇଛି ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories