www.samajalive.in
Thursday, November 13, 2025
25.1 C
Bhubaneswar

ଚାମ୍ପିଅନ ଓଡ଼ିଶା ହ୍ଵିଲ ଚେୟାର ରଗବୀ ଦଳକୁ ସମ୍ବର୍ଦ୍ଧିତ କଲା ବାଣିଜ୍ୟ ଓ ପରିବହନ ବିଭାଗ

ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଓଡ଼ିଶା ହ୍ୱିଲଚେୟାର ରଗବି ଦଳ । ୭ମ ଜାତୀୟ ହ୍ୱିଲଚେୟାର ରଗବି ଚାମ୍ପିଅନସିପ୍ ୨୦୨୫ରେ ବିଜୟୀ ହୋଇ ଫେରିଛନ୍ତି ଓଡ଼ିଶାର ଏହି ଦଳ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବିଜୟୀ ଦଳରେ ଅଛନ୍ତି ଏମିତି ତିନି ଜଣ ଖେଳାଳୀ, ଯେଉଁମାନେ ସଡ଼କ ଦୁର୍ଘଟଣା ଯୋଗୁଁ ଦିବ୍ୟାଙ୍ଗ ପାଲଟି ଯାଇଛନ୍ତି । କିନ୍ତୁ ନିଜ ଜୀବନରେ କେବେ ହାର୍ ମାନି ନଥିଲେ, ଆଉ ଆଜି ବିଜୟୀ ହୋଇ ଫେରିଛନ୍ତି ।

ଏହି ଉଲ୍ଲେଖନୀୟ ସଫଳତାକୁ ପାଳନ କରିବା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଚାମ୍ପିଅନ ଦଳର ସମସ୍ତ ସଦସ୍ୟ, କୋଚ୍ ଓ ମେଣ୍ଟରଙ୍କୁ ସମ୍ମାନିତ କରାଯାଇଛି। ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ, ପରିବହନ ଆୟୁକ୍ତ ଅମିତାଭ ଠାକୁର, କ୍ରୀଡ଼ା ନିର୍ଦ୍ଦେଶକ ୟେଦୁଲା ବିଜୟ ପ୍ରମୁଖ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଟିମକୁ ଅଭିନନ୍ଦନ ଓ ସମ୍ବର୍ଦ୍ଧନା ଜଣାଇଥିଲେ।

- Advertisement -

ଓଡିଶା ହ୍ୱିଲଚେୟାର ରଗବି ଦଳର ଅଧିନାୟକ ଗୌତମ ସିଂଙ୍କ ସମେତ ବିକ୍ରମାଦିତ୍ୟ ଜେନା, ପ୍ରଶାନ୍ତ ନାୟକ, ସୁଜିତ କୁମାର ନନ୍ଦ, ଆକାଶ ବନଛୋର, ଲିଟନ ସାହୁ, ସୁଧୀର ମଲିକ, ମୁରଲୀ ବେନିଆଁ ପ୍ରମୁଖ ଉପସ୍ଥିତ ଥିଲେ। କିଛି ଚାମ୍ପିଅନ ବଡ଼ ବଡ଼ ସଡ଼କ ଦୁର୍ଘଟଣା ଦେଇ ଗତି କରିଛନ୍ତି। ତଥାପି, ସେମାନଙ୍କର ମନୋବଳ ଏବଂ ଦୃଢ଼ ଇଚ୍ଛାଶକ୍ତି ଆଜି ଓଡ଼ିଶା ପାଇଁ ଗର୍ବ ଆଣିଛି, ଏମାନେ ଦୁର୍ଘଟଣାରେ ହାର ମାନି ନାହାନ୍ତି ବରଂ କିଛି ନିଆରା କରିବା ଲକ୍ଷ୍ୟରେ ନୂତନ ରାସ୍ତା ବାଛିଛନ୍ତି।

ଏହି କାର୍ଯ୍ୟକ୍ରମରେ ପରିବହନ ବିଭାଗର ବରିଷ୍ଠ କର୍ମଚାରୀ ଏବଂ ଓଡ଼ିଶା ପାରା ସ୍ପୋର୍ଟ୍ସ ଆସୋସିଏସନ ସମ୍ପାଦକ ଶ୍ରୀ କମଳାକାନ୍ତ ରଥ ମଧ୍ୟ ଯୋଗଦେଇ ଚାମ୍ପିଅନ ଟିମକୁ ଶୁଭେଚ୍ଛା ଜଣାଇ ଆଗାମୀ ସୁଖ ଭବିଷ୍ୟତର କାମନା କରିଥିଲେ ।

Hot this week

ସମ୍ପାଦକୀୟ : ଓଡ଼ିଶାରେ ମାଣ୍ଡିଆ ଗ୍ରାମ

ପାହାଡ଼ ଗାଁରେ ମାଣ୍ଡିଆ ଚାଷ, ସୂରୁଯ ଉଇଁଲେ ଆସଇ ହସ। ଏ...

ସମ୍ପାଦକୀୟ : ପାକିସ୍ତାନୀ ମିଛ , ପୁରୁଣା ଅଭ୍ୟାସର ପୁନରାବୃତ୍ତି

ନିକଟରେ ଦିଲ୍ଲୀର ଲାଲକିଲା ପାଖରେ ହୋଇଥିବା ବିସ୍ଫୋରଣର ଠିକ୍ ପରେ ପରେ...

ସମ୍ପାଦକୀୟ : ଆତଙ୍କବାଦୀ ଓ ତାଙ୍କ ସମର୍ଥକଙ୍କୁ କଠୋର ଦଣ୍ଡ ଦିଆଯାଉ

ଆତଙ୍କବାଦୀ ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଲୋକଙ୍କ ବିରୋଧରେ ଆମର ସୁରକ୍ଷା...

ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ୍‌ ଅଫିସର ମୁଖ୍ୟ ପରୀକ୍ଷା ବାତିଲ

ଏଏସ୍‌ଓ ମୁଖ୍ୟ ପରୀକ୍ଷା ବାତିଲ କଟକ, ୧୨ା୧୧ (ନି.ପ୍ର): ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ୍‌...

Related Articles

Popular Categories