www.samajalive.in
Thursday, November 13, 2025
25.1 C
Bhubaneswar

ହତ୍ୟାପରେ ବାପାକୁ ପୋତିଦେଲା ପୁଅ

ଦେବଗଡ଼: ହତ୍ୟାକାଣ୍ଡ ପରେ ବାପାଙ୍କୁ ମାଟିରେ ପୋତିଦେଲା ପୁଅ। ବାରକୋଟ ଥାନା ଔତଳ ଗ୍ରାମରେ ଘଟିଛି ଏପରି ଏକ ନିର୍ମମ ହତ୍ୟାକାଣ୍ଡ। ମିଳିଥିବା ସୂଚନା ଅନୁଯାୟୀ ବୁଧବାର ସକାଳେ ପୁଅ ହୃଦାନନ୍ଦ ବେହେରା ଘରେ ଥିବା ଏକ ମେଣ୍ଢା କୁ ବିକ୍ରି ପାଇଁ ଜିଦ ଧରିଥିଲା। ମାତ୍ର ବାପା ବଳଭଦ୍ର ବେହେରା (୬୨,) ଏହାକୁ ବିରୋଧ କରିବାରୁ ପୁଅ ହୃଦାନନ୍ଦ ଉତକ୍ଷିପ୍ତ ହୋଇ ଏକ ଟାଙ୍ଗିଆ ରେ ବାପାକୁ ଆକ୍ରମଣ କରିଥିଲା ।

ଫଳରେ ଘଟଣା ସ୍ଥଳରେ ବାପା ର ମୃତ୍ୟୁ ଘଟିଥିଲା। ମର୍ତୁ ପରେ ପୁଅ ନିଜ ବାପାର ମୃତ ଦେହକୁ ନିକଟସ୍ଥ ଜମି ହିଡରେ ଗାତ ଖୋଳି ପୋତି ଦେଇଥିଲା। ଖବର ପାଇ ବରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ବାହାର କରିବା ସହ ପୁଅ କୁ ଅଟକ ରଖିଛି। ଏଥି ସହିତ ପୋଲିସ ଟାଙ୍ଗିଆ, କୋଦଲ ପ୍ରଭୃତି ମଧ୍ୟ ଜବତ କରିଛି। ଘଟଣା ର ଗୁରୁତ୍ୱ ଦୃଷ୍ଟି ରୁ ପୋଲିସ ସାଇଣ୍ଟିଫିକ ଟିମର ସହାୟତା ରେ ତଦନ୍ତ ଆରମ୍ଭ କରିଛି। ତେବେ ପୁଅ ହୃଦାନନ୍ଦର ମାନସିକ ଅବସ୍ଥା କିଛିଦିନ ହେବ ଠିକ ନଥିବା ଗ୍ରାମବାସୀ ମାନେ କହିଛନ୍ତି। ଏପରିକି ସେ ପରିବାର ସଦସ୍ୟ ଙ୍କୁ ମାଡ଼ପିଟ କରୁଥିବା ଶୁଣିବାକୁ ମିଳୁଛି।

Hot this week

ସମ୍ପାଦକୀୟ : ଓଡ଼ିଶାରେ ମାଣ୍ଡିଆ ଗ୍ରାମ

ପାହାଡ଼ ଗାଁରେ ମାଣ୍ଡିଆ ଚାଷ, ସୂରୁଯ ଉଇଁଲେ ଆସଇ ହସ। ଏ...

ସମ୍ପାଦକୀୟ : ପାକିସ୍ତାନୀ ମିଛ , ପୁରୁଣା ଅଭ୍ୟାସର ପୁନରାବୃତ୍ତି

ନିକଟରେ ଦିଲ୍ଲୀର ଲାଲକିଲା ପାଖରେ ହୋଇଥିବା ବିସ୍ଫୋରଣର ଠିକ୍ ପରେ ପରେ...

ସମ୍ପାଦକୀୟ : ଆତଙ୍କବାଦୀ ଓ ତାଙ୍କ ସମର୍ଥକଙ୍କୁ କଠୋର ଦଣ୍ଡ ଦିଆଯାଉ

ଆତଙ୍କବାଦୀ ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଲୋକଙ୍କ ବିରୋଧରେ ଆମର ସୁରକ୍ଷା...

ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ୍‌ ଅଫିସର ମୁଖ୍ୟ ପରୀକ୍ଷା ବାତିଲ

ଏଏସ୍‌ଓ ମୁଖ୍ୟ ପରୀକ୍ଷା ବାତିଲ କଟକ, ୧୨ା୧୧ (ନି.ପ୍ର): ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ୍‌...

Related Articles

Popular Categories