www.samajalive.in
Sunday, December 14, 2025
26.1 C
Bhubaneswar

୬ ବରିଷ୍ଠ ନେତାଙ୍କୁ ଗୁରୁ ଦାୟିତ୍ବ, ୧୦ ଜଣଙ୍କୁ ଜୋନାଲ ଦାୟିତ୍ବ

ବିଜେଡି ଆରମ୍ଭ କରିଲା ନୂଆପଡ଼ା ଉପ ନିର୍ବାଚନ ଋଣନୀତି କସରତ । ନୂଆପଡ଼ା ଲଢେଇ ପାଇଁ ବିଜେଡି ଗଠନ କଲା କମିଟି । ଦଳର ୬ ଜଣ ବରିଷ୍ଠ ନେତାଙ୍କୁ ନେଇ ବିଜୁ ଜନତା ଦଳ ଗଠନ କରିଛି  ଷ୍ଟିଅରିଂ କମିଟି । ପ୍ରସନ୍ନ ଆଚାର୍ଯ୍ୟ, ନିରଞ୍ଜନ ପୂଜାରୀ, ସ୍ନେହାଙ୍ଗିନୀ ଟୁକୁନି ସାହୁ, ନିରଞ୍ଜନ ବିଶି ଓ ଆୟୁବ ଖାଁ ଷ୍ଟିଅରିଂ କମିଟି ସଦସ୍ୟ । ସେହିପରି ୧୦ ବରିଷ୍ଠ ନେତାଙ୍କୁ ନେଇ ମଧ୍ୟ ଏକ ଜୋନାଲ କମିଟି ଗଠନ କରାଯାଇଛି । ଯେଉଁଥିରେ ଛଅ ଜଣ ନେତାଙ୍କୁ ଜିଲ୍ଲା ପରିଷଦ ଜୋନ୍ ଦାୟିତ୍ବ ଓ ଚାରି ଜଣଙ୍କୁ ଅର୍ବାନ୍ ଲୋକାଲ ବଡ଼ି ଜୋନ୍ ଦାୟିତ୍ବ ପ୍ରଦାନ କରାଯାଇଛି । ୪ ନେତାଙ୍କୁ ୨ ଏନଏସି ଦାୟିତ୍ବ ଦେଇଛନ୍ତି ନବୀନ । ସାରଦା ନାୟକ ଓ କଳିକେଶ ନାରାୟଣ ସିଂହଦେଓଙ୍କୁ  ନୂଆପଡ଼ା ଏନଏସି, ରୋହିତ ପୂଜାରୀ  ଓ ବିକ୍ରମ ପଣ୍ଡାଙ୍କୁ ଖରିଆର ଏନଏସି ଦାୟିତ୍ବ ମିଳିଛି । ସୁଦାମ ମାର୍ଣ୍ଡି, ଦେବେଶ ଆଚାର୍ଯ୍ୟ, ସରୋଜ ମେହେର, ମନୋହର ରନ୍ଧାରୀ, ପ୍ରଦୀପ ମାଝୀ ଓ ଯୋଗେଶ ସିଂହଙ୍କୁ ଜୋନ ଦାୟିତ୍ବ ପ୍ରଦାନ କରିଛନ୍ତି ଦଳ ସଭାପତି । ଏହାବାଦ ଲୋକାଲ ଆକ୍ସନ କମିଟିରେ ୩ ବରିଷ୍ଠ ନେତା ସ୍ଥାନ ପାଇଛନ୍ତି । ବିଧାୟକ ଅଧିରାଜ ପାଣିଗ୍ରାହୀ, ଜିଲ୍ଲା ସଭାପତି ଅବନୀ ଯୋଶୀ ଓ ମନୋଜ ମିଶ୍ର ଲୋକାଲ ଆକ୍ସନ କମିଟି ସଦସ୍ୟ ରହିଛନ୍ତି । ନୂଆପଡ଼ା ବିଜେଡି ହାତରେ ଥିଲା । କିନ୍ତୁ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ଏବେ ଏହି ଆସନ ଜିତିବା ବିଜେଡି ପାଇଁ ସମ୍ମାନ ଓ ସ୍ଥିତି ବଜାୟ ରଖିବାର ଏକ ବାଟ । କାରଣ ଏବେ ଦଳରେ ବଢି ଚାଲିଛି ଅସନ୍ତୋଷ । ଅନେକ ନେତା ଦଳ ଛାଡୁଛନ୍ତି । ଏପରି ସ୍ଥିତିରେ ଏହି ଉପ ନିର୍ବାଚନ ଜିତି ନବୀନ ଓ ପାଣ୍ଡିଆନ୍ ନିଜ ପାରଦର୍ଶିତା ଓ ନେତୃତ୍ବର ଏସିଡ୍ ଟେଷ୍ଟ ଦେବେ ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories