www.samajalive.in
Saturday, December 6, 2025
23.1 C
Bhubaneswar

ନୂଆପଡା ବିଜେଡିର ଥିଲା ଓ ରହିବ- ପ୍ରମିଳା

ସମାଜ ଡିଜିଟାଲ ଡେସ୍କ: ନୂଆପଡା ଉପନିର୍ବାଚନରେ ଜିତିବ ବିଜେଡି । ଏନେଇ ଦମ୍ଭୋକ୍ତି ଦେଖାଇଛନ୍ତି ବିଜେଡି ବିଧାୟିକା ତଥା ଦଳର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ । ଉପନିର୍ବାଚନକୁ ନେଇ ପ୍ରମିଳା କହିଛନ୍ତି ଯେ ନୂଆପଡା ନିର୍ବାଚନମଣ୍ଡଳୀ ବିଜେଡିର ଥିଲା ଓ ରହିବ । ଏହି ଉପନିର୍ବାଚନରେ ୪୦ରୁ ୫୦ହଜାର ଭୋଟରେ ବିଜେଡି ବିଜୟୀ ହେବ । ନୂଆପଡାର ବିକାଶ ପ୍ରତି ରାଜେନ୍ଦ୍ର ଢୋଲକିଆଙ୍କ ଅବଦାନ ରହିଛି । ଲୋକେ ନବୀନଙ୍କୁ ମନେ ପକାଉଛନ୍ତି । ନବୀନ ଯାହାକୁ ଟିକେଟ ଦେବେ ସେ ଜିତିବ, ଦୃଢୋକ୍ତି ବାଢିଛନ୍ତି ପ୍ରମିଳା ।

ପ୍ରମିଳା କହିଛନ୍ତି ଯେ ଯେତେବେଳେ ମୁଖ୍ୟମନ୍ତ୍ରୀ ଜାଣିଲେ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ, ସେତେବେଳେ ନୂଆପଡାକୁ ଗଲେ, ତାଙ୍କର ନୂଆପଡାବାସୀଙ୍କ ପାଇଁ ଆନ୍ତରିକତା ନାହିଁ । କାଲି ମୁଖ୍ୟମନ୍ତ୍ରୀ କହିଲେ ଯେ ଢୋଲକିଆଙ୍କ ସ୍ୱପ୍ନ ପୂରଣ କରିବେ । ତାଙ୍କ ଶୁଦ୍ଧିକ୍ରୟାରେ କାହିଁକି ଏ କଥା କହିଲେ ନାହିଁ । ହେଲେ ନୂଆପଡାବାସୀ ଜାଣିଛନ୍ତି ବିଜେଡି କଣ ଓ ଅନ୍ୟ ଦଳ କଣ । ଲୋକମାନେ ଏଠାରେ ପୁଣି ଥରେ ବହୁ ଭୋଟରେ ବିଜେଡିକୁ ଜିତାଇବେ । ସରକାର ଯେତେବେଳେ ଭଲ କାମ କରନ୍ତି, ଉପନିର୍ବାଚନ ସରକାର ଦଳ ସପକ୍ଷରେ ଥାଏ, ହେଲେ ଏମାନେ କିଛି ଭଲ କାମ କରିନାହାଁନ୍ତି ।

- Advertisement -

ତେବେ ନୂଆପଡାରୁ ବିଜେଡିର କିଏ ପ୍ରାର୍ଥୀ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ରାଜେନ୍ଦ୍ର ଢୋଲକିଆଙ୍କ ପୁଅକୁ ଦଳ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ପ୍ରାର୍ଥୀଙ୍କ ନାମ ଖୁବଶୀଘ୍ର ଦଳର ସଭାପତି ଘୋଷଣା କରିବେ ବୋଲି ପ୍ରମିଳା କହିଛନ୍ତି ।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories