www.samajalive.in
Monday, December 8, 2025
24.1 C
Bhubaneswar

ଘରୋଇ ବିଦ୍ୟୁତ ପ୍ଲାଣ୍ଟରେ ଖସିପଡିଲା ଲିଫ୍ଟ : ୪ଜଣଙ୍କ ମୃତ୍ୟୁ

ସମାଜ ଡିଜିଟାଲ ଡେସ୍କ: ଛତିଶଗଡରେ ଏକ ବଡ ଅଘଟଣ ଘଟିଛି । ଶକ୍ତି ଜିଲାରେ ଥିବା ଏକ ଘରୋଇ ବିଦ୍ୟୁତ ପ୍ଲାଣ୍ଟରେ ଲିଫ୍ଟ ଖସିପଡିବାରୁ ୪ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ୬ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପୁଲିସ ସୂଚନା ଅନୁସାରେ ଉଚ୍ଛପିଣ୍ଡା ଗ୍ରାମର ଡାଭରା ଅଞ୍ଚଳରେ ଥିବା ଆରକେଏମ ପାୱାରଜେନ୍‍ ପ୍ରାଇଭେଟ୍‍ ଲିମିଟେଡ ପ୍ଲାଣ୍ଟରେ ଏହି ଦୁର୍ଘଟଣା ଘଟିଛି ।
ପୁଲିସ ସୂଚନା ଅନୁଯାୟୀ ୧୦ଜଣ କର୍ମଚାରୀ ସେମାନଙ୍କର ସିଫ୍ଟ ଶେଷ କରି ଲିଫ୍ଟ ଯୋଗେ ତଳକୁ ଆସୁଥିଲେ, ହେଲେ ହଠାତ୍‍ ଲିଫ୍ଟ ତଳକୁ ଖସି ପଡିଥିଲା ।  ଦୁର୍ଘଟଣା ପରେ ଆହତଙ୍କୁ ରାୟଗଡର ଜିନ୍ଦଲ ଫୋର୍ଟିସ୍‍ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଚିକିତ୍ସା ସମୟରେ ୪ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୬ଜଣଙ୍କର ଚିକିତ୍ସା ଜାରି ରହିଛି ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories