www.samajalive.in
Monday, December 8, 2025
17.1 C
Bhubaneswar

ନୂଆପଡା ପାଇଁ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ବିଜେପି: କାଲି କୋରକମିଟି ବୈଠକ

ସମାଜ ଡିଜିଟାଲ ଡେସ୍କ: ନୂଆପଡା ପାଇଁ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ବିଜେପି । ଏନେଇ ଆସନ୍ତାକାଲି ବିଜେପି କୋର କମିଟି ବୈଠକ ବସିବାକୁ ଯାଉଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂହ ତୋମାର । ଆସନ୍ତାକାଲି ହେବାକୁ ଥିବା ବୈଠକରେ ଦୁଇ ପ୍ରଭାରୀଙ୍କ ସହ କୋର କମିଟିର ସଦସ୍ୟ ଉପସ୍ଥିତ ରହିବେ । ନୂଆପଡା ନିର୍ବାଚନ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ । କିଏ ହେବ ପ୍ରାର୍ଥୀ ସାମ୍ଭାବ୍ୟ ତାଲିକାକୁ ନେଇ ମାନସ ମନ୍ଥନ ହେବ । ତୋମାର କହିଛନ୍ତି ବହୁତ ଆଶାୟୀଙ୍କ ନାମ ରହିଛି, ବୈଠକରେ ପ୍ରାର୍ଥୀ ଚୟନ ନେଇ ଆଲୋଚନା କରାଯିବ । କାହାକୁ ଦଳ ପ୍ରାର୍ଥୀ କରିବ ସେନେଇ ବିଚାରବିମର୍ଶ ହେବା ପରେ ଦଳ ପ୍ରାର୍ଥୀଙ୍କ ନାମ କେନ୍ଦ୍ରକୁ ପଠାଇବ । ଏହାପରେ ପ୍ରାର୍ଥୀଙ୍କ ନାମରେ ମୋହର ବାଜିବା ପରେ ଘୋଷଣା ହେବ ।
ଶାସକ ଦଳ ପାଇଁ ନୂଆପଡା ଆସନ ଜିତିବା ସମ୍ମାନର କଥା ହୋଇଛି । ରାଜ୍ୟରେ ଦଳ ଶାସନରେ ଥିବା ବେଳେ ଏଠାରେ ଉପନିର୍ବାଚନ କିପରି ବାଜିମାତ କରିବ ସେନେଇ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଉଛି । କାରଣ କଂଗ୍ରେସ ଏଠାରେ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ବି ଢୋଲକିଆଙ୍କ ପୁଅକୁ ପ୍ରାର୍ଥୀ କରିବାକୁ ଯୋଜନା କରୁଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories