www.samajalive.in
Sunday, December 7, 2025
18.1 C
Bhubaneswar

ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ କୁନି ଛାତ୍ର ଦେବ୍ୟାଂଶ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ଶ୍ରୀ ବିଦ୍ୟା ବାଟିକାରେ ତୁରୁମଙ୍ଗା ଗ୍ରାମର ରୋଜାଲିନ ବେହେରା ଏବଂ ଦେବେଶ ସାହୁଙ୍କ ପୁତ୍ର ଦେବ୍ୟାଂଶ ସାହୁ ପଢନ୍ତି । ବୟସ ମାତ୍ର ତିନି ବର୍ଷ କିନ୍ତୁ ଜ୍ଞାନ ତାଙ୍କର ଅମାପ । କଥା କହିବାର ସ୍ପଷ୍ଟତା ନଥିବା ଦେବ୍ୟାଂଶ ଇଂରାଜୀ ବର୍ଣ୍ଣମାଳା ଚିତ୍ର ନାମ ସହ ୮ ପନିପରିବା, ୯ ଆକୃତ୍ତି, ୧୦ ରଙ୍ଗ, ୮ ପକ୍ଷୀ, ୧୨ କୀଟ, ୧୦ ଯାନ, ୮ ବୃତ୍ତି, ୧୬ ଶରୀର ଅଂଶ, ୭ ଫଳ, ୧୨ ପ୍ରାଣୀ ଚି଼ହ୍ନଟ ଏବଂ ନାମକରଣ ପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡ ଦ୍ୱାରା ଶ୍ରେଷ୍ଠ ସଫଳତା ପୁରଷ୍କାରରେ ସମ୍ନାନିତ ହୋଇଛନ୍ତି । ବାରମ୍ବାର ସଂଖ୍ୟା ଗଣନା, ସପ୍ତାହର ଦିନ, ବର୍ଷର ମାସ ଗୁଡିକ ସ୍ମରଣ କରିବା ସହିତ କେତୋଟି ଇଂରାଜୀ ନର୍ସରୀ ରାଇମ ଏବଂ ସଂସ୍କୃତ ଶ୍ଳୋକ ପାଠ କରିବା ଖୁବ ଆଶ୍ଚର୍ଯ୍ୟ କରିଦେଇଥାଏ । ଦେବ୍ୟାଂଶଙ୍କୁ ଦେଖିଲେ ଆଖିକୁ ସିନା ବିଶ୍ୱାସ କରିହେବ ନାହିଁ କିନ୍ତୁ ହୃଦୟ ଭିତରେ ଯେ ଅମାପ ଜ୍ଞାନର ଅଧିକାରୀ । ଏହି କୁନି ଛାତ୍ର ଦେବ୍ୟାଂଶ ପାଇଁ ଯେ କେବଳ ପାଟଣା ମାଟି ଗର୍ବିତ ତାହା ନୁହଁ, ସାରା କେନ୍ଦୁଝର ଜିଲ୍ଲା ଆଜି ଏହି ଭଳି ପ୍ରତିଭା ପାଇ ଗର୍ବିତ ହୋଇଛି । ଶ୍ରୀ ବିଦ୍ୟା ବାଟିକାର ନିର୍ଦ୍ଦେଶକ ଅନିଲ ଚାୱଡାଙ୍କ ନିର୍ଦେଶରେ ଦେବ୍ୟାଂଶ ସାହୁଙ୍କୁ ଶ୍ରୀ ବିଦ୍ୟା ବାଟିକା ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଛି । ଏହି ସମ୍ବର୍ଦ୍ଧନା ଉତ୍ସବ ରେ ବିଦ୍ୟା ବାଟିକାର ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ । ଦେବ୍ୟାଂଶ ସାହୁଙ୍କ ଭବିଷ୍ୟତ ଜୀବନ ଉଜ୍ବଳମୟ ହେଉ ବୋଲି ଭଗବାନଙ୍କ ନିକଟରେ ସମସ୍ତେ ପ୍ରାର୍ଥନା କରିଥିଲେ ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories