www.samajalive.in
Saturday, December 6, 2025
15.1 C
Bhubaneswar

ଜଳୁଛି ପଶ୍ଚିମ ଓଡିଶା : ଆଜି ପାଇଁ ଝାରସୁଗୁଡ଼ା ଓ ବୌଦ୍ଧ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର : ପ୍ରଚଣ୍ଡ ରୌଦ୍ରକୋପରେ ଛଟପଟ ସାରା ଓଡ଼ିଶା। ପଶ୍ଚିମଠାରୁ ଉପକୂଳ, ଉତ୍ତରରୁ ଦକ୍ଷିଣ ରାଜ୍ୟର ଅଧିକାଂଶ ଅଞ୍ଚଳ ଡହଡହ ଖରାରେ ସିଝୁଛି। ବିଶେଷକରି ବୌଦ୍ଧ ଜିଲା କ୍ରମାଗତ ଭାବେ ୪୦ ଡିଗ୍ରୀ ଉପରେ ତାପମାତ୍ରା ସହିତ ଦେଶର ସବୁଠୁ ଉତ୍ତପ୍ତ ଅଞ୍ଚଳ ମଧ୍ୟରେ ପରିଗଣିତ ହୋଇଆସୁଛି। ଗତକାଲି ଏଠାରେ ୪୩.୬ ଡିଗ୍ରୀ ତାପମାତ୍ରା ଥିବାବେଳେ ସୋମବାର ୪୩.୫ ଡିଗ୍ରୀ ରେକର୍ଡ଼ କରାଯାଇଛି। ବରଗଡ଼ରେ ୪୨ ଡିଗ୍ରୀ, ଅନୁଗୋଳରେ ୪୦.୭, ମାଲକାନଗିରିରେ ୪୦.୨ ଡିଗ୍ରୀ ତାପମାତ୍ରା ହୋଇଛି। ୧୩ଟି ସ୍ଥାନରେ ତାପମାତ୍ରା ୩୯ ଛୁଇଁଛି କିମ୍ବା ତା’ଠାରୁ ଅଧିକ ରେକର୍ଡ ହୋଇଛି। ଝାରସୁଗୁଡ଼ା ଓ ବଲାଙ୍ଗୀରରେ ୩୯.୮ ଲେଖାଏଁ, ସୁବର୍ଣ୍ଣପୁର, ସମ୍ବଲପୁର ଓ ତାଳଚେରରେ ୩୯.୬ ଲେଖାଏଁ, ଭବାନୀପାଟଣାରେ ୩୯.୫, ହୀରକାୁଦରେ ୩୯.୧, ସୁନ୍ଦରଗଡ଼ ଓ ଖୋର୍ଦ୍ଧାରେ ୩୯ଡିଗ୍ରୀ ଲେଖାଏଁ ତାପମାତ୍ରା ରହିଛି। ୬ଟି ସ୍ଥାନରେ ତାପମାତ୍ରା ୩୮ ଡିଗ୍ରୀ ଉପରେ ଥିବାବେଳେ ଭୁବନେଶ୍ବରରେ ୩୬.୭ ଏବଂ କଟକରେ ୩୭ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ୩ ଦିନ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଏହାପରେ ୩-୫ ଡିଗ୍ରୀ ତାପମାତ୍ରା ହ୍ରାସ ପାଇବ। ଆଜି ଝାରସୁଗୁଡ଼ା ଓ ବୌଦ୍ଧ ଜିଲାରେ ହିଟ୍ ୱେଭ୍ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ବଲାଙ୍ଗୀର, ସୁନ୍ଦରଗଡ଼, ଅନୁଗୋଳ ଏବଂ କଳାହାଣ୍ଡି ଜିଲାକୁ ହିଟ୍‌ ୱେଭ୍ ଓ କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାକୁ କାଳବୈଶାଖୀ ନେଇ ୟେଲୋ ୱାର୍ଣ୍ଣିଂ ରହିଛି। ୨୨ ତାରିଖ ଯାଏଁ ଏପରି ପାଣିପାଗ ସ୍ଥିତି ଲାଗି ରହିବ। ଭୀଷଣ ଖରାକୁ ଦେଖି ବାହାରକୁ ଯିବାକୁ ଥିଲେ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories