www.samajalive.in
Sunday, December 7, 2025
23.1 C
Bhubaneswar

୨୪ ଓ ୨୫ରେ ବ୍ୟାଙ୍କ ଧର୍ମଘଟ

ଉତ୍ତରଭୁବନେଶ୍ୱର : ୯ଦଫା ଦାବି ନେଇ ୟୁନାଇଟେଡ ଫୋରମ୍‌ ଅଫ ବ୍ୟାଙ୍କ ୟୁନିୟନ୍ସ (ୟୁଏଫବିୟୁ) ପକ୍ଷରୁ ଆସନ୍ତା ୨୩ତାରିଖ ରାତି ଅର୍ଥାତ ୨୪ ଓ ୨୫ତାରିଖ ଦୁଇ ଦିନ ଆନ୍ଦୋଳନ ଡାକରା ଦିଆଯାଇଛି। ରାଜ୍ୟରେ ଥିବା ୬ହଜାର ବ୍ୟାଙ୍କ ଶାଖାର ୩୭ହଜାର କର୍ମଚାରୀ ଏଥିରେ ଅଂଶଗ୍ରହଣ କରିବେ। ସହିଦ ନଗରସ୍ଥିତ ଏକ ହୋଟେଲରେ ସୋମବାର ସାମ୍ବାଦିକ ସମ୍ମିଳନୀରେ ୟୁଏଫବିୟୁ ପକ୍ଷରୁ ଏହି ଘୋଷଣା କରାଯାଇଛି। ୨୨ତାରିଖ ଚତୁର୍ଥ ଶନିବାର ଓ ରବିବାରକୁ ମିଶାଇ ୨ଦିନ ଛୁଟି ପଡୁଥିବାରୁ ମୋଟ ୪ଦିନ ବ୍ୟାଙ୍କିଂ ସେବା ପ୍ରଭାବିତ ହେବ। ଏଥିପାଇଁ ସାଧାରଣ ଗ୍ରାହକ ନାନା ସମସ୍ୟାର ସମ୍ମୁଖୀନ ହେବା ଆଶଙ୍କା ସୃଷ୍ଟି ହୋଇଛି। ସାମ୍ବାଦିକ ସମ୍ମିଳନୀରେ ୟୁଏଫବିୟୁର ଓଡ଼ିଶା ଆବାହକ ଅରୁଣ କୁମାର ବିଶୋଇ ଏବଂ ଅନ୍ୟ ସଦସ୍ୟମାନେ କହିଛନ୍ତି, ବ୍ୟାଙ୍କ ସେବା ଯୋଗାଉଥିବା ଅଧିକାରୀ ଏବଂ କର୍ମଚାରୀଙ୍କ ଅନେକ ସମସ୍ୟା ରହିଛି। ସମସ୍ତ କ୍ୟାଡରରେ ପର୍ଯ୍ୟାପ୍ତ ନିଯୁକ୍ତି ଓ ଅସ୍ଥାୟୀ କର୍ମଚାରୀଙ୍କୁ ନିୟମିତ କରାଯିବା, ବ୍ୟାଙ୍କିଂ ଶିଳ୍ପରେ ୫ଦିନର କାର୍ଯ୍ୟ ସପ୍ତାହ ପ୍ରବର୍ତ୍ତନ, ପ୍ରଦର୍ଶନ ସମୀକ୍ଷା ଏବଂ ପିଏଲ୍‌ଆଇ ଉପରେ ସାମ୍ପ୍ରତିକ ବିଏଫ୍‌ଏସ୍‌ ନିର୍ଦେଶାବଳୀ ତୁରନ୍ତ ପ୍ରତ୍ୟାହାର, ବିଭିନ୍ନ ସମୟରେ ଦୁର୍ବ୍ୟବହାର ଓ ଆକ୍ରମଣର ଶିକାର ହେଉଥିବା ଅଧିକାରୀ ଓ କର୍ମଚାରୀଙ୍କ ସୁରକ୍ଷା, ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ କର୍ମଚାରୀ ଓ ଅଧିକାରୀ ପଦ ପୂରଣ, ଆଇବିଏ ପାଖରେ ବିଚାରାଧୀନ ଥିବା ବିଭିନ୍ନ ପ୍ରସଙ୍ଗର ସମାଧାନ, ଗ୍ରାଚ୍ୟୁଇଟି ଆଇନରେ ସଂଶୋଧନ କରାଯାଇ ସର୍ବାଧିକ ସୀମା ୨୫ଲକ୍ଷ ଟଙ୍କାକୁ ବୃଦ୍ଧି, କର୍ମଚାରୀ କଲ୍ୟାଣ ସମିତି ସୁବିଧା ଉପରେ ଆୟକର ଛାଡ଼, ଆଇଡିବିଆଇ ବ୍ୟାଙ୍କରେ ସରକାରଙ୍କ ସର୍ବନିମ୍ନ ୫୧% ଅଂଶଧନ ବଜାୟ ରଖିବା ଭଳି ବିଭିନ୍ନ ଦାବିରେ ଏହି ଆନ୍ଦୋଳନ କରାଯିବ ବୋଲି ଆବାହକ ଶ୍ରୀ ବିଶୋଇ କହିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories