ଉତ୍ତରା ଛକରେ ଓଲଟିଲା ବସ୍: ଜଣେ ମୃତ, ଅନେକ ଆହତ

ଭୁବନେଶ୍ବର : ଉତ୍ତରା ଛକରେ ଏକ ଟୁରିଷ୍ଟ ବସ୍ ଓଲଟି ଜଣଙ୍କ ମୃତ୍ୟୁ ହେବା ସହ ୧୫ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଉଛି । କାଶୀ ବିଶ୍ବନାଥ ବୁଲାଇବା ପରେ ବସଟି ସମସ୍ତ ଯାତ୍ରୀଙ୍କୁ ନେଇ ପୁରୀ ଅଭିମୁଖେ ଯାତ୍ରା କରୁଥିଲା । ବସରେ ପ୍ରାୟ ୭୦ ଯାତ୍ରୀ ଥିବା ସମୟରେ ସମସ୍ତେ ବାଂଲାଦେଶର ବୋଲି ଜଣାପଡିଛି । ତୁରନ୍ତ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
Comments are closed.