www.samajalive.in
Friday, December 5, 2025
23.1 C
Bhubaneswar

ବାରିଙ୍ଗ ଗାଁରେ ମହାବଳ ବାଘ ଆତଙ୍କ, ଲୋକେ ଭୟଭୀତ

ହରଭଙ୍ଗା: ହରଭଙ୍ଗା ବ୍ଲକ ମାଧପୁର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ବାରିଙ୍ଗ ପେତିନି ତଇଲା ଜଙ୍ଗଲରେ ମହାବଳ ବାଘ ଘୂରି ବୁଲୁଥିବା ଆଲୋଚନାର ବିଷୟ ହୋଇଛି। ବାରିଙ୍ଗ ପେତିନି ତଇଲା ନିକଟରେ ଜେସିବି ମେସିନ୍ ସାହାର୍ଯ୍ୟରେ ବନ୍ଧ ଖୋଳା ଚାଲିଥିଲା। ଏହି ସମୟରେ ପାଖ ଜଙ୍ଗଲରେ ଏକ ମହାବଳ ବାଘ ବୁଲୁଥିବା ଜେସିବି ଚାଳକ ଦେଖିବାକୁ ପାଇଥିଲେ। ମହାବଳ ବାଘକୁ ଦେଖି ନିଜ ମୋବାଇଲରେ ଫଟୋ ଉଠାଇଥିଲେ। ବାଘ ବୁଲୁଥିବା ଖବର ଜଣାପଡିବା ପରେ ବାରିଙ୍ଗ , ବଦଲା ଅଞ୍ଚଳରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। କିଛି ବର୍ଷ ତଳେ ପାରଳାଖେମୁଣ୍ଡି ଜଙ୍ଗଲରୁ ବାଲିଗୁଡା ଡିଭିଜନ୍ ଦେଇ ଏକ ମହାବଳ ବାଘ ସାତକୋଶିଆ ଅଭୟାରଣ୍ୟକୁ ଚାଲି ଆସିଥିଲା। ବାଘ ପାରଳାଖେମୁଣ୍ଡି ଜଙ୍ଗଲରୁ ଆସିଥାଇପାରେ ବୋଲି ସନ୍ଦେହ କରାଯାଉଛି। ଏ ସମ୍ପର୍କରେ ବାରିଙ୍ଗ ଫରେଷ୍ଟର କହିଛନ୍ତି , ଖବର ମିଳିଛି ଏଣୁ ଅନୁଧ୍ୟାନ ଚାଲିଛି।

Hot this week

ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories