www.samajalive.in
Friday, December 5, 2025
23.1 C
Bhubaneswar

ଉଚ୍ଚଶିକ୍ଷାର ବିକାଶରେ ଶିକ୍ଷକମାନଙ୍କର ପ୍ରଭାବୀ ଭୂମିକା ଉପରେ ଆଲୋଚନା

ଭୁବନେଶ୍ବର : ୪୮୮ବର୍ଗ ଅନୁଦାନପ୍ରାପ୍ତ କଲେଜ ଅଧ୍ୟାପକ-କର୍ମଚାରୀ ସମନ୍ବୟ ସମିତି ଓଡ଼ିଶା ଶାଖାର ଆନୁକୂଲ୍ୟରେ ଓଡ଼ିଶା ରାଜ୍ୟର  ଉଚ୍ଚଶିକ୍ଷାର ସମସ୍ୟା ଓ ବିକାଶଧାରା ଶୀର୍ଷକ ଏକ ବୁଦ୍ଧିଜୀବୀ ଆଲୋଚନାଚକ୍ର ପ୍ରଶାନ୍ତ କୁମାର ପ୍ରଧାନଙ୍କ ସଭାପତିତ୍ବରେ ସ୍ଥାନୀୟ ଇଞ୍ଜିନିୟର୍ସ ଭବନର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। କୁଳାଧିପତି କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ପୂର୍ବତନ ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଚ୍ଚଶିକ୍ଷାର ବିକାଶରେ ଶିକ୍ଷକମାନଙ୍କର ପ୍ରଭାବୀ ଭୂମିକା ଉପରେ ଆଲୋକପାତ କରିଥିଲେ। ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଅଖିଳ ଭାରତୀୟ ସଦ୍ଭାବନା ପ୍ରମୁଖ ଗୋପାଳ ପ୍ରସାଦ ମହାପାତ୍ର ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ସରକାରଙ୍କ ଜାତୀୟ ଶିକ୍ଷାନୀତି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଶିକ୍ଷକ ଓ ଅଭିଭାବକମାନଙ୍କ ଭୂମିକା ଉପରେ ଗୁରୁତ୍ବାରୋପ କରିଥିଲେ।

ରାଜ୍ୟ ଭାଜପା ବାର୍ତ୍ତା ସଂପାଦକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଯୋଗଦାନ କରି ଉଚ୍ଚଶିକ୍ଷାର ବିକାଶ ଦିଗରେ ସର୍ବୋତ୍ତମ ଶିକ୍ଷାନୀତିର ଆଇନ ପ୍ରଣୟନ ଓ କାର୍ଯ୍ୟକାରିତାର ଆବଶ୍ୟକ ଉପରେ ଆଲୋକପାତ କରିଥିଲେ। ରାଜ୍ୟର ଶତାଧିକ ଶିକ୍ଷକ-କର୍ମଚାରୀଙ୍କ ଚାକିରିର ବୈଧତା, ସର୍ତ୍ତାବଳୀ, ପଦୋନ୍ନତି ସହିତ ସମାନ କାମକୁ ସମାନ ଦରମା ନ ଦେବାର ମାନସିକତା ଉଚ୍ଚଶିକ୍ଷାର ବିକାଶ ଦିଗରେ ଏକ ପ୍ରତିବନ୍ଧକ ସାଜିବ ବୋଲି ସଂଘର ସଭାପତି ଉପସ୍ଥାପନ କରିଥିଲେ। ଅଧ୍ୟାପକ ବନମାଳି ବାରିକ ଆଲୋଚନାଚକ୍ର ମାଧ୍ୟମରେ ଓଡ଼ିଶା ରାଜ୍ୟର ଉଚ୍ଚଶିକ୍ଷାର ସିଂହଭାଗ ଦାୟିତ୍ବ ତୁଲାଉଥିବା ୪୮୮ବର୍ଗ ଅନୁଦାନପ୍ରାପ୍ତ କଲେଜ ଅଧ୍ୟାପକ-କର୍ମଚାରୀମାନଙ୍କର ଅବଦାନ ଓ ଯୁକ୍ତିଯୁକ୍ତ ସମସ୍ୟା ବିଷୟ ଉପସ୍ଥାପନା କରିଥିଲେ।

- Advertisement -

ଅଟଳ ବିହାରୀ ବଳ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ପ୍ରିୟବ୍ରତ ରଥ  ଆଲୋଚନାର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।  ପ୍ରତାପ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories