www.samajalive.in
Tuesday, December 9, 2025
16.1 C
Bhubaneswar

ଖଲିସ୍ତାନ ବିଚ୍ଛିନ୍ନତାବାଦୀ ଗୋଷ୍ଠୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ଭାରତ

ଡେସ୍କ: ଆମେରିକା ଓ ନ୍ୟୁଜିଲାଣ୍ଡରେ ଖଲିସ୍ତାନ ସମର୍ଥକ ତତ୍ତ୍ୱଙ୍କ କାର୍ଯ୍ୟକଳାପକୁ ନେଇ ଭାରତ ନିଜର ଉଦବେଗ ପ୍ରକାଶ କରିବା ସହ ଏହି ବିଚ୍ଛିନ୍ନତାବାଦୀ ଗୋଷ୍ଠୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ନ୍ୟୁଜିଲାଣ୍ଡରେ ଖଲିସ୍ତାନୀ ସମର୍ଥକ ତତ୍ତ୍ୱଙ୍କ କାର୍ଯ୍ୟକଳାପକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନଙ୍କୁ ଅବଗତ କରାଇବା ସହ ଏହାର ମୁକାବିଲା ପାଇଁ ନ୍ୟୁଜିଲାଣ୍ଡର ସହଯୋଗ ଲୋଡ଼ିଛନ୍ତି।

୨୦୧୯ରେ ନ୍ୟୁଜିଲାଣ୍ଡରେ ହୋଇଥିବା କ୍ରାଇଷ୍ଟଚର୍ଚ୍ଚ ଆତଙ୍କବାଦୀ ଆକ୍ରମଣ ଏବଂ ୨୬/୧୧ ମୁମ୍ବାଇ ଆକ୍ରମଣ ସମ୍ପର୍କରେ ମୋଦି କହିଛନ୍ତି ଯେ କୌଣସି ପ୍ରକାର ଆତଙ୍କବାଦ ଗ୍ରହଣୀୟ ନୁହେଁ। ଆତଙ୍କବାଦୀ ଆକ୍ରମଣରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ। ଆମେ ଆତଙ୍କବାଦୀ, ବିଚ୍ଛିନ୍ନତାବାଦୀ ଏବଂ ଉଗ୍ରବାଦୀ ତତ୍ତ୍ୱଙ୍କ ବିରୋଧରେ ମିଳିତ ଭାବେ ସହଯୋଗ ଜାରି ରଖିବୁ।

- Advertisement -

ଏହି ପରିପ୍ରେକ୍ଷୀରେ ନ୍ୟୁଜିଲାଣ୍ଡରେ କେତେକ ବେଆଇନ ତତ୍ତ୍ୱଙ୍କ ଭାରତ ବିରୋଧୀ କାର୍ଯ୍ୟକଳାପକୁ ନେଇ ଆମେ ଚିନ୍ତା ପ୍ରକଟ କରିଛୁ। ଏହି ସବୁ ବେଆଇନ ତତ୍ତ୍ୱ ବିରୋଧରେ ନ୍ୟୁଜିଲାଣ୍ଡ ସରକାର ସହଯୋଗ କରିବେ ବୋଲି ଶ୍ରୀ ମୋଦି ଆଶା ବ୍ୟକ୍ତ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories